ଭୁବନେଶ୍ୱର, ୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ଓଡ଼ିଶା ପାଇଁ ଆଉ ଏକ ଖୁସିର ଖବର । ହଲିଉଡ଼ ଚଳଚ୍ଚିତ୍ରରେ ଆସୁଛନ୍ତି ଓଡ଼ିଶାର ସାଇରାମ ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର । ନିଜର ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ସେ ଆଜି ସଫଳତାର ଶିଖରେ ପହଂଚି ପାରିଛନ୍ତି । ପୂର୍ବରୁ ତାଙ୍କ ଅଭିନିିତ ହିନ୍ଦୀ ଚଳଚ୍ଚିତ୍ର କାନ୍ସ ଚଳଚ୍ଚିିତ୍ର ଉତ୍ସବରେ ପ୍ରଥମ ପୁରସ୍କାର ଲାଭ କରିଥିଲା ।
ଦୀର୍ଘବର୍ଷ ଧରି ଓଡ଼ିଶାରେ ସାଇରାମ ଗାନ୍ଧୀ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଲୋକମାନଙ୍କୁ ସଚେତନତାର ବାର୍ତା ବାଂଟି ଆସୁଥିବା ବେଳେ ୨୪ ବର୍ଷୀୟ ସାଇରାମ ୨ ହଜାର କିଲୋମିଟର ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କର ଏହି କୃତିତ୍ୱ ପାଇଁ ଓଡ଼ିଶାବାସୀ ମୋହନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର