Tuesday , March 21 2023
Breaking News
Home / ବିଶେଷ / ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଥମ ମହିଳା ବିଧାୟିକାଙ୍କ ଜୟନ୍ତୀ ପାଳିତ

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଥମ ମହିଳା ବିଧାୟିକାଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, ୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ରାଜନଗରର ପ୍ରଥମ ମହିଳା ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ସରସ୍ୱତୀ ଦେବୀଙ୍କର ୧୦୭ ତମ ଜୟନ୍ତୀ ଅବସରରେ ଗରାପୁରସ୍ଥିତ ତାଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିକାଶ ସାମ୍ମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲ ପ୍ରଥମ ବିଧାୟିକା ଭାବେ ସରସ୍ୱତୀ ଦେବୀ ଗମନାଗମନ ନଥିବା ସତ୍ୱେ ତତକାଳୀନ ରାଜନଗର ଏବଂ ମହାକାଳପଡା ଅଂଚଳରେ ପୁଷ୍କରିଣୀ ଖନନ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସ୍କୁଲ ପ୍ରତିଷ୍ଠା ଏବଂ ସ୍ୱାସ୍ଥ୍ୟସେବା ପାଇଁ ଚିକିତ୍ସାଳୟମାନ ପ୍ରତିଷ୍ଠା କରିବାରେ ଅଗ୍ରାଧିକାର ଦେଇଥିଲେ । ଆଜି ଓଡିଶା ସରକାର “ମୋ ପୁଷ୍କରିଣୀ” ଅଭିଯାନ କରି ସରସ୍ୱତୀ ଦେବୀଙ୍କର ତତ୍କାଳୀନ ଅବସ୍ଥାର କାର୍ଯ୍ୟକ୍ରମକୁ ପୁନରୁଦ୍ଧାର କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଆଲୋଚନା କରିଥିଲେ । ସଂପାଦକ କରୁଣାକର ଦାସ କବିତା ମାଧ୍ୟମରେ ସରସ୍ୱତୀ ଦେବୀଙ୍କର କାର୍ଯ୍ୟାବଳୀ ପାଠ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ଚରଣ ସ୍ୱାଇଁ, ଭାଗିରଥି ଜେନା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଅମୀୟ ନାୟକ, ରବିନ୍ଦ୍ର ନାଥ ରଥ, ବଳରାମ ସାହୁ, ମଧୁସୁଦନ ବାରିକ, ଗୈାରାଙ୍ଗ ଚରଣ ସାହୁ, ଅଲେଖ ଚନ୍ଦ୍ର ମହାନ୍ତି, କୈଳାସ ମହାନ୍ତି, ମଥୁରାନନ୍ଦ ସାହୁ ପ୍ରମୁଖ ସରସ୍ୱତୀ ଦେବୀଙ୍କ ନିଷ୍ଫାପର ନେତୃତ୍ୱ ବଳରେ ରାଜନଗର ନିର୍ବାଚନ ମଣ୍ଡଳୀର ଉନ୍ନତି ସାଧନ ସମ୍ଭବପର ହୋଇଥିଲା ବୋଲି ମତପ୍ରକାଶ କରିଥିଲେ । ସର୍ବଶେଷରେ ଗୋପାଳ ଚନ୍ଦ୍ର ଜେନା ରାଜନଗର ଅଂଚଳରେ ସରସ୍ୱତୀ ଦେବୀଙ୍କର ପ୍ରତିମୂର୍ତୀ ସ୍ଥାପନ କରିବା ପାଇଁ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ । ବିଧାୟକ ମହୋଦୟ ରାଜନଗରରେ ପ୍ରଥମ ବିଧାୟିକାଙ୍କର ପ୍ରତିମୂର୍ତୀ ସ୍ଥାପନ କରାଯିବ ବୋଲି ବିକାଶ ସାମ୍ମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସର୍ବଶେଷରେ ତାଙ୍କର ସୁଯୋଗ୍ୟ ସନ୍ତାନ ଡା. ରମାନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.