ଭୁବନ,୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଂଚାୟତର ବର୍ଣ୍ଣାଳୀ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ ଶୌଚାଳୟରୁ ସଦ୍ୟ ଜନ୍ମିତ ଶିଶୁପୁତ୍ର ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବର୍ଣ୍ଣାଳୀ ଗ୍ରାମର ଜନୈକା ବାପା ,ମା ଛେଉଣ୍ଡ ଅବିବାହିତା ଆଦିବାସୀ ଯୁବତୀ ଗତକାଲି ରାତି ପ୍ରାୟ ୯ ଘଟିକା ସମୟରେ ଗର୍ଭବେଦନାରେ ଛଟପଟ ହୋଇ ଲୋକ ନିନ୍ଦା ଭୟରେ ସ୍କୁଲ ବାରଣ୍ଡାକୁ ଚାଲିଯାଇ ସେଠାରେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲା । ପ୍ରସବ ପରେ ଜନ୍ମିତ ଶିଶୁକୁ ସ୍କୁଲ ଶୌଚାଳୟରେ ପକାଇ ଦେଇଥିଲା । ସକାଳେ ଶିଶୁର କାନ୍ଦ ଶୁଣି ଗ୍ରାମବାସୀ ଯୁବ କଳିଙ୍ଗର ସଦସ୍ୟଙ୍କୁ ଖବର ଦେଲେ । ଦେବଦୂତ ଭଳି ପହିଁଚି ଶିଶୁକୁ ଉଦ୍ଧାର କରିବାକୁ ଗଲା ବେଳକୁ ପାଇଖାନାର ତାଲା ପଡିଥିବା ଦେଖିବାକୁ ପାଇଥିଲେ । ପ୍ରଧାନ ଶିକ୍ଷକଙ୍କୁ ଖବର ଦିଆଯିବା ପରେ ସେ ଆସି ତାଲା ଖୋଲିଥିଲେ । ଶିଶୁପୁତ୍ର ଉଦ୍ଧାର ପରେ ଲୁଚି ରହିଥିବା ମା କୋଳେଇ ନେଇଥିଲା ତା ଛୁଆକୁ । ଭୋ ଭୋ ହୋଇ କାନ୍ଧି ଉଠିଥିଲା ମା । ଯୁବ କଳିଙ୍ଗ କର୍ମକର୍ତାଙ୍କ ସୂଚନା କ୍ରମେ ସେଙ୍ଗ ସେଙ୍ଗ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପହଁଚି ମା ଓ ଶିଶୁକୁ ୧୦୨ ଆମ୍ବୁଲାନ୍ସ ଯୋଗେ ଭୁବନ ଡାକ୍ତରଖାନାରେ ଭର୍ତି କରାଇଥିଲେ । ନବଜାତକ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳକୁ ପଠାଯାଇଛି । ସଂପୃକ୍ତା ଅବିବାହିତା ଯୁବତୀ ଙ୍କୁ ସେହି ଗ୍ରାମର ଭାସ୍କର ମୁଣ୍ଡା ଙ୍କ ପୁଅ ଖଗେଶ୍ୱର ମୁଣ୍ଡା ଦୈହିକ ସଂପର୍କ ରଖି ଗର୍ଭବତି କରାଇ ଗତ ମାସେ ହେଲା କେଉଁଆଡେ ଚାଲିଯାଇଥିବା ସଂପର୍କରେ ଯୁବତୀଙ୍କ ଦାଦା ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ଭୁବନ ଥାନାଧିକାରୀ ଡାକ୍ତରଖାନାରେ ପହଁଚି ସ୍ପର୍ଶକାତର ଘଟଣାକୁ ଅନୁଭବ କରି ଚିକିତ୍ସା ପାଇଁ ୧ ହଜାର ଟଙ୍କା ସାହାଯ୍ୟ କରିଥିଲେ । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ – ୧୨ /୨୦୨୧ ରେ ଏକ ମାମଲା ରୁଜ୍ଜୁ ହେବା ସହିତ ତଦନ୍ତ ଚାଲୁରହିଛି । ଓଡ଼ିଶା ସମାଚାର