ନିରାକାରପୁର,୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ଟାଙ୍ଗିବ୍ଲକ ବଡପୋଖରୀଆ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ବାୟାଣୀ ୟୁଥ୍ କ୍ଲବ ଆନୁକୂଲ୍ୟରେ ପ୍ରଥମ ବର୍ଷ ପ୍ରତିଭା ଅନେଷ୍ୱଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଇକେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ,ସମ୍ମାନିତ ଅତିଥି ଭାବେ ବଡପୋଖରିଆ ଗ୍ରାମପଂଚାୟତର ପୂର୍ବତନ ସରପଂଚ ଜ୍ୟୋସ୍ନାରାଣୀ ଜେନା,ସୁବାଷ ଚନ୍ଦ୍ର ଦଳସିଂହରାୟ,ଶାନ୍ତି କମିଟି ସଂପାଦକ ପ୍ରଫୁଲ୍ଲ କୁମାର ଜଗଦେବ,୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ମମତା ଜେନା, ସମାଜସେବୀ ରବିନ୍ଦ୍ର କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରତିଭା ଦ୍ୱାରା ମହାନ କାର୍ଯ୍ୟ ଆରମ୍ଭ ହୁଏ । ପରିଶ୍ରମ ମହାନ କାର୍ଯ୍ୟକୁ ସଫଳ କରାଏ । ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାକୁ ଭଲଭାବରେ ଚିହ୍ନି ତାଙ୍କୁ ଉଚିତ୍ ମାର୍ଗ ପଦର୍ଶନ କରିବାକୁ ମୁଖ୍ୟ ଅତିଥି ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ମାନିତ କରବା ସହ ଯୁବକ ସଂଘର ଏହିଭଳି ମହତ କାର୍ଯ୍ୟକୁ ପ୍ରସଂସା କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର