ଭୁବନେଶ୍ୱର, ୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଏକ ବନ୍ଧୁ ମିଳନ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେଂଟ୍ରାଲ କମିଟିର କାର୍ଯ୍ୟକଳାପ କିପରି ଆଗେଇବ ସେଥିଲାଗି ବିଶେଷ ଆଲୋଚନା କରାଯାଇଥିଲା । ବିଭିନ୍ନ ଜିଲ୍ଲାର କର୍ମକର୍ତାମାନଙ୍କ ସହ କଥା ହେବାକୁ କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବନ୍ଧୁ ମିଳନରେ ଜାତୀୟ ସମ୍ପାଦକ ଡ଼କ୍ଟର ବିପିନ ବିହାରୀ ମିଶ୍ର, କେନ୍ଦ୍ରୀୟ କମିଟି ସାଧାରଣ ସମ୍ପାଦକ ଲାୟନ ବିପିନ ବିହାରୀ ନାୟକ, ଅର୍ଥ ବିଭାଗ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମହିଳା ବିଭାଗ ଦାୟିତ୍ୱରେ ଥିବା ସମ୍ପାଦିକା ଶ୍ରୀମତୀ ଅନିଦିତା ଦାସ, ସଂସ୍ଥାର ପିଓଆର ଶ୍ରୀ ବାଳକୃଷ୍ଣ ରାଉତ, ଶ୍ରୀ ଅଶୋକ ମହାପାତ୍ର, ଶ୍ରୀ ମାନସ ରଞ୍ଜନ ଦାସ, ଆଡ଼ଭୋକେଟ ଶ୍ୟାମ ସୁନ୍ଦର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର