Sunday , October 1 2023
Home / ବିଶେଷ / ପାରାଦ୍ୱୀପ ଟର୍ମିନାଲ ଛକ ଜାତୀୟ ରାଜପଥରେ ବିରାଟ ଗର୍ତ,  କଷ୍ଟସାଧ୍ୟ ହୋଇ ପଡିଛି ଟ୍ରାଫିକ ନିୟନ୍ତ୍ରଣ 

ପାରାଦ୍ୱୀପ ଟର୍ମିନାଲ ଛକ ଜାତୀୟ ରାଜପଥରେ ବିରାଟ ଗର୍ତ,  କଷ୍ଟସାଧ୍ୟ ହୋଇ ପଡିଛି ଟ୍ରାଫିକ ନିୟନ୍ତ୍ରଣ 

ପାରାଦ୍ୱୀପ,୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପକୁ ସଂଯୋଗ ହୋଇଛି କଟକ-ପାରାଦ୍ୱୀପ ରାଜ୍ୟ ରାଜପଥ ଓ ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଏନ୍ଏଚ୍ ୫(କ) । ଏହି ରାସ୍ତା ଦେଇ ବିଭିନ୍ନ ଲଘୁ ଯାନ ସମେତ ପଣ୍ୟବାହୀ ଭାରିଯାନ ଦୈନିକ ହଜାର ହଜାର ସଂଖ୍ୟାରେ ଯାତାୟତ କରିଥାଏ । ତେବେ ପାରାଦ୍ୱୀପର ଟର୍ମିନାଲ ଛକ ଠାରୁ ଅଠରବାଙ୍କୀ ଗେଟ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବିରାଟ ଗର୍ତମାନ ଦୀର୍ଘଦିନ ହେବ ମରାମତୀ ନ ହେବାରୁ ସେଠାରେ ଦୁର୍ଘଟଣା ଓ ଟ୍ରାଫିକ୍ ଜାମ ଲାଗି ରହୁଛି । ସେଠାରେ ଟ୍ରାଫିକ୍ ପୋଲିସ ଓ ସ୍ୱେଚ୍ଛାସେବୀଙ୍କ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପଡିଛି । କିଛି ଦିନ ତଳେ ପାରାଦ୍ୱୀପ ଆଦର୍ଶ ଥାନାର କର୍ମଚାରୀମାନେ କିଛି ଗର୍ତରେ ମାଟି ମୋରମ ପକାଇ ଗର୍ତ ପୁରଣ କରିଥିବା ବେଳେ ଅନ୍ୟ ଗର୍ତମାନ ପୁରଣ ହୋଇନଥିବାରୁ ସେଠାରେ ଟ୍ରାଫିକ୍ ଜାମ ଲାଗି ରହୁଛି । ଏ ବାବଦରେ ପୋଲିସ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ, ଜିଲ୍ଲା ଓ ବନ୍ଦର ପ୍ରଶାସନକୁ ବାରମ୍ବାର ଅବଗତ କଲାପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଜଣାପଡିଛି । ତେବେ ସରାକର ଆନ୍ତର୍ଯ୍ୟାତିକ ପାରାଦ୍ୱୀପ ବନ୍ଦର ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ବୋଲି ଡିଣ୍ଡିମ୍ବ ପିଟୁ ଥିବାବେଳେ ବନ୍ଦର ମୁଖ୍ୟ ପ୍ରବେଶ ପଥର ଅବସ୍ଥାପ୍ରତି ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର ଦୃଷ୍ଟି ନ ପଡିବା ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ରାସ୍ତାର ତୁରନ୍ତ ମରାମତି ନ ହେଲେ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ଅନିୟମିତତା ବିରୋଧରେ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *