Wednesday , October 4 2023
Breaking News
Home / ରାଜନୀତି / ପାଟକୁରା କଂଗ୍ରେସ ପକ୍ଷରୁ ବନ୍ଧୁ ମିଳନ

ପାଟକୁରା କଂଗ୍ରେସ ପକ୍ଷରୁ ବନ୍ଧୁ ମିଳନ

ଗରଦପୁର, ୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ପାଟକୁରା କଂଗ୍ରେସ ଦଳ ପକ୍ଷରୁ ବଙ୍ଗାଳପୁର ପଂଚାୟତ ବନ୍ଧସାହି ଠାରେ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନୂତନ ବର୍ଷ ପାଳନ ଅବସରରେ କଂଗ୍ରେସ ଦଳରେ ନୂତନ ଭାବେ ଯୋଗଦାନ କରିଥିବା ଫିଲ୍ମ ପ୍ରଯୋଜକ ତଥା ସମାଜସେବୀ ରତିକରାନ୍ତ କାନୁନଗୋଙ୍କ ନେତୃତ୍ୱରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଉମେଶ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ବିଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଭାବେ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଥିବା ଆଇନଜିବୀ ଧରଣୀଧର ନାୟକ୍ ଉତ୍ସବରେ ଯୋଗଦେଇ ପାଟକୁରା ରେ କଂଗ୍ରେସ ସଂଗଠନକୁ ବଢ଼ାଇ ଆସନ୍ତା ପଂଚାୟତ ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଅନୁରୋଧ କରିଥିଲେ । ଏହି ବନ୍ଧୁ ମିଳନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରଘୁନାଥ ସତପଥି,ାୁଖଦାନନ୍ଦ ପ୍ରଧାନ,ରଘୁନାଥ ମହାନ୍ତି,ନୀରଂଜନ ପ୍ରଧାନ,ଫକୀର ଳେଙ୍କା,ନୀରଂଜନ ରାଉତ,ନାରୀନେତ୍ରୀ ସଂଯୁକ୍ତା ମହାନ୍ତି, ଙ୍କ ସମେତ ବହୁ କଂଗ୍ରେସ ନେତା ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଏଥିରେ ଗରଦପୁର,ର୍ମାାାଘାଇ ଡ଼େରାବିଶ ବ୍ଲକ୍ ର ୫୦୦ ରୁ ଅଡଧିକ କଂଗ୍ରେସ କର୍ମୀ ଓ ଶୁଭେଛୁ ଯୋଗ ଦେଇଥିଲେ । ଉତ୍ସବରେ କଂଗ୍ରେସ କର୍ମୀ ସର୍ବାଶ୍ରୀ ସୁକାନ୍ତ କୁମାର ରାଉତ, ଧର୍ମେନ୍ଦ୍ର ସିଂ,ରଂଜନ ପରିଜା,ନିତାଇ ବିଶ୍ୱାଳ,ସନ୍ତାଷ ମହାନ୍ତି,ଅଶୋକ ଲେଙ୍କା,ପ୍ରକାଶ ରାଉତ,ସୁଦର୍ଶନ ମାହାଳୀ,ପ୍ରଦୀପ କୁମାର ଲେଙ୍କା,ଦୟାନିଧି ଜେନା,ଶଙ୍କର୍ଷଣ ମଲିକ , ଚିତରଂଜନ ରାଉତରାୟ ପ୍ରମୁଖ ଆଲୋଚନା କରି ନିଜର ବକ୍ତବ୍ୟ ରଖିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *