ଅସହାୟଙ୍କୁ ଖାଦ୍ୟ ଓ ଗୃହ ଯୋଗାଣ ସଂଗଠନର ମୁଖ୍ୟ ଲକ୍ଷ୍ୟ
ପାରାଦ୍ୱୀପ,୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ରାଷ୍ଟ୍ରିୟ ଏନଜିଓ ସଂଗଠନ ଜନ ସମସ୍ୟା ନିବାରଣ ସଂସ୍ଥାନ ପାରାଦ୍ୱୀପ ଶାଖା ପକ୍ଷରୁ ତୀବ୍ର ଶୀତ ଓ ଥଣ୍ଡାରୁ ରକ୍ଷା ପାଇଁ ପାରାଦ୍ୱୀପରେ ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂସ୍ଥାନର ଜଗତସିଂହପୁର ଜିଲ୍ଲା ସଭାପତି ରମାକାନ୍ତ ଜେନା, ସାଧାରଣ ସମ୍ପାଦକ ହିମାଂଶୁ ଭୂଷଣ ପରିଡା, ସଂପାଦକ ପ୍ରଦୀପ ଚୂଳି ଏବଂ ପାରାଦ୍ୱୀପ ଶାଖା ସଭାପତି ରିଚାର୍ଡ ରମନ ବିଶ୍ୱାଳ, ସଂପାଦକ ଚିନ୍ମୟ କୁମାର ସାମଲ ପରିଚାଳନା କରିଥିଲେ । ଏହି ଅବସରରେ ପାରାଦ୍ୱୀପ ଶାଖାର ସମସ୍ତ ସଦସ୍ୟ ମାନେ ପାରାଦ୍ୱୀପରେ ଥିବା ବିଭିନ୍ନ ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ବନ କରିଥିଲେ । ଆଗାମୀ ଦିନରେ ଅନା୍ନହାର ଓ ଗୃହ ଶୂନ୍ୟ ଲୋକମାନଙ୍କୁ ବାସଗୃହ ଓ ଖାଦ୍ୟ ସୁବିଧା ଯୋଗାଇଦେବା ସଂଗଠନର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର