Wednesday , March 29 2023
Home / କ୍ରୀଡ଼ା / ଗୋସୋକୋରିଓ କରାଟେ ପକ୍ଷରୁ ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ

ଗୋସୋକୋରିଓ କରାଟେ ପକ୍ଷରୁ ବେଲ୍ଟ ଓ ସାର୍ଟିଫିକେଟ୍ ପ୍ରଦାନ

ପାରାଦ୍ୱୀପ,୦୮/୦୧/୨୦୨୧ (ଓଡ଼ିଶା ସମାଚାର)-ଇଂଟରନ୍ୟାସନାଲ ଗୋସୋକୋରିଓ କରାଟେ, ଓଡିଶା ପକ୍ଷରୁ ଶୁକ୍ରବାର ଦିନ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ବେଲ୍ଟ ଓ ସାର୍ଟିଫିକେଟ୍ ବଂଟନ କରାଯାଇଥିଲା । ପାରାଦୀପ ବନ୍ଦରର କ୍ରୀଡା ଉପଦେଷ୍ଟା ରବିନ୍ଦ୍ର କୁମାର ଦାସ, ଲେଡିଜ୍ କ୍ଲବ୍ ସଦସ୍ୟା ପ୍ରିତୀ ଆରତୀ ପରିଜା କରାଟେକା ମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । କରୋନା କଟକଣା ପୂର୍ବରୁ ହୋଇଥିବା ବେଲ୍ଟ ଟେଷ୍ଟରେ ସଫଳ ହୋଇଥିବା କରାଟେକା ମାନଙ୍କୁ ସାର୍ଟିଫିକେଟ୍ ଓ ବେଲ୍ଟ ପ୍ରଦାନ କରାଯାଇ ପାରିନଥିଲା । ଶୁକ୍ରବାର ଦିନ କୋଭିଡ୍ ନିୟମାନୁଯାୟୀ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ସଂଜୟ ଶାହା ବେଲ୍ଟ ପ୍ରଦାନ କରିଥିଲେ । ପରିଚାଳନା ସଂପାଦକ ସଂଜୟ କୁମାର ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉପ ମୁଖ୍ୟ ପ୍ରଶିକ୍ଷକ ପ୍ରଶାନ୍ତ ବିଶ୍ୱାସ, ସୁବାସ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.