Wednesday , May 25 2022
Breaking News
Home / ବିଶେଷ / କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅମ୍ରିତ ଋତୁରାଜ

କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅମ୍ରିତ ଋତୁରାଜ

କେନ୍ଦ୍ରାପଡା, ୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ନୂତନ ଜିଲ୍ଲାପାଳ ଭାବେ ଆଜି ସନ୍ଧ୍ୟାରେ ଯୋଗଦେଇଛନ୍ତି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅମ୍ରୁତ ଋତୁରାଜ ।  ଶ୍ରୀ ଋତୁରାଜ ହେଉଛନ୍ତି କେନ୍ଦ୍ରାପଡାର ୪୭ତମ ଜିଲ୍ଲାପାଳ । କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ପରେ ଜିଲ୍ଲାପାଳ ଶ୍ରୀ ଋତୁରାଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯୋଗଦେବା ଅବସରରେ ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି ଯେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଯେଭଳି ସମାଜର ନିମ୍ନସ୍ତରରେ ଥିବା ଲୋକଟି ପାଖରେ ପହଁଚି ପାରିବ ସେଥିପ୍ରତି ସେ ପ୍ରାଧାନ୍ୟ ଦେବେ । ଏହି ଅବସରରେ ନୂତନ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *