Thursday , March 23 2023
Home / କୃଷି / କୃଷି ଆଇନ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର

କୃଷି ଆଇନ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡା, ୦୮/୦୧/୨୦୨୧ (ଓଡ଼ିଶା ସମାଚାର)- କୃଷି ବ୍ୟବସ୍ଥାକୁ କରପୋରେଟ ହାଉସ ଓ କଳାବଜାରୀମାନଙ୍କ କବଳରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୩ଟି ଯାକ କଳା କୃଷି ଆଇନ ପ୍ରତ୍ୟାହାର ଓ ଏମ.ଏସ.ପି.ର ଗ୍ୟାରେଂଟି ନେଇ ଆଇନ ଦାବିରେ ସମଗ୍ର ଭାରତବର୍ଷର କୃଷକମାନଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀ ସୀମାରେ ୪୪ଦିନ ବ୍ୟାପି ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ରାପଡା ବ୍ଲକ ଅଧିନ ବଗଡା ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ସ୍ଥାନୀୟ ଚାଷୀମାନଙ୍କ ପକ୍ଷରୁ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ କୃଷକ ସଭାର ଆଂଚଳିକ କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି ଗଣଧାରଣା କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ନେତା ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ସୁରେନ୍ଦ୍ର ବାରିକ, କଣ୍ଡୁରୀ ଜେନା, ଅରକ୍ଷିତ ପାତ୍ର, ମନୋଜ ଓଝା, ରବୀନ୍ଦ୍ର ସ୍ୱାଇଁ, ବିପଦ ଭଞ୍ଜନ ବାରିକ, ଶ୍ରୀଧର ସେଠୀ, ରବୀନ୍ଦ୍ର ବିଶ୍ୱାଳ, ଗୋବିନ୍ଦ ମଳିକ ପ୍ରମୁଖ ଅଂଶଗ୍ରହଣ କରି ୩ଟି କୃଷି ଆଇନର ବିପଦ ଜନକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ବଗଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଦ୍ୱାରା ପରିଚାଳିତ ମଣ୍ଡିର ଅନିୟମିତତାର ଦୂରିକରଣ, ଇଛୁକ ସମସ୍ତ ଚାଷୀଙ୍କ ଠାରୁ ସବୁଦିନ ଧାନକ୍ରୟ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ପ୍ରଦାନ ନିମନ୍ତେ ଦାବି କରିଥିଲେ । ଶେଷରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରସ୍ତୁତ ୧୦ଦଫା ସମ୍ବଳିତ ଦାବିପତ୍ର ସମିତିର ସମ୍ପାଦକ କାଳନ୍ଦୀ ଚରଣ ବେହେରାଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.