ନିରାକାରପୁର,୦୮/୦୧/୨୦୨୧ (ଓଡ଼ିଶା ସମାଚାର)- ଟାଙ୍ଗି ବ୍ଲକ ଅରିସଲ ସେବା ସମବାୟ ସମିତି ଆନୁକୂଲ୍ୟରେ ଚାଷୀ ମାନଙ୍କଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି । ଗୁରୁବାର ପ୍ରଥମ ଦିନରେ କମାଗୁରୁ ଗ୍ରାମପଂଚାୟତ ସରପଂଚ ମନୋରଞ୍ଜନ ଚମ୍ପତି,ସମିତି ସଭ୍ୟ ତାରାପ୍ରସାଦ ରଣବିର୍,ସହନିବନ୍ଧକ ଜ୍ୟୋତ୍ରୀର୍ମୟୀ ଲେଙ୍କା, ଆରଏମସି ଅକ୍ଷୟ ପଲାଇ,ସଂପାଦକ ଗୈାରକୃଷ୍ଣ ପ୍ରଧାନ.ସହସଂପାଦକ ବାଙ୍କନିଧି ପ୍ରଧାନ,ଡିଇଓ ନବକିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଧାନ ମଣ୍ଡିକୁ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ୪୭୯କୁଇଂଟାଲ ଓ ୬୫୦ ବସ୍ତା ଧାନ ସଂଗ୍ରହ କରାଯାଇଥିଲା । ଯୁବନେତା ଆଶୁତୋସ ମହାପାତ୍ର,ଚାଷୀ ପ୍ରତାପ ଚନ୍ଦ୍ର ବଳିଆରସିଂହ,ଦଃୁଶାସନ ଚମ୍ପତି,ଗୋଦାବାରୀଶ ସାହୁ,ଭାସ୍କର ବଳିଆରସିଂହ,ପ୍ରଦୀପ କୁମାର ଦାସ୍,ଅନନ୍ତ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର