ଭୁବନ ୦୮/୦୧/୨୦୨୧ (ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ ଅସୁରବନ୍ଧ ମୈାଜାରେ ରିଅଲ ଈଣ୍ଡିଆ କଂପାନୀ ଦ୍ୱାରା ଖୋଳାଯାଇଥିବା କ୍ରୋମାଇଟି ଖଣି ଖାତରୁ ଜନୈକ ଯୁବକ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ନିକଟସ୍ଥ କଂଚନବାହାଳି ଗ୍ରାମର ଦୁର୍ଗା ମୁଣ୍ଡାଙ୍କ ପୁଅ ଗୋପାଳ ମୁଣ୍ଡା ଆଜକୁ ୩ ଦିନ ହେଲା ନିଖୋଜ ଥିବା ବେଳେ ଆଜି ସକାଳେ ଖଣି ଖାତରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀ ପ୍ରଥମେ ସରପଂଚ ଚିତ ରଂଜନ ମଲ୍ଲିକ ଓ ପରେ ଭୁବନ ଥାନାକୁ ଖବର ଦେଇଥିଲେ । ଭୁବନ ଥାନା ଏଏସଆଇ ପ୍ରଭାତ ରାଉତ ପହଁଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ-୦୧/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ନାନା କଥା ଶୁଣାଯାଉଛି । ଓଡ଼ିଶା ସମାଚାର