Saturday , December 4 2021
Home / ବିଶେଷ / ୧୨ରେ ରାଷ୍ଟ୍ରୀୟ ଗୋ ବିଜ୍ଞାନ ପ୍ରତିଯୋଗିତା-୨୦୨୧

୧୨ରେ ରାଷ୍ଟ୍ରୀୟ ଗୋ ବିଜ୍ଞାନ ପ୍ରତିଯୋଗିତା-୨୦୨୧

ଭୁବନେଶ୍ୱର, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)-ଆସନ୍ତା ଜାନୁୟାରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ସର୍ବଭାରତୀୟସ୍ତରରେ ଏକ ରାଷ୍ଟ୍ରୀୟ ଗୋ ବିଜ୍ଞାନ ପ୍ରତିଯୋଗିତା ପରୀକ୍ଷାର ଆୟୋଜନ କରାଯାଇଛି । ଏହା ଆସନ୍ତା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଅବସରରେ ଏହି ପ୍ରତିଯୋଗିତା ଅନଲାଇନ ମୋବାଇଲ ଆପ୍ ରେ ଆୟୋଜିତ ହେବାକୁ ଯାଉଛି । ଏହି ପରୀକ୍ଷାର ଉଦ୍ଧେଶ୍ୟ ଜନମାନସରେ ଗୋମାତାଙ୍କ ପ୍ରତି ବୈଜ୍ଞାନିକ ଜ୍ଞାନ, ରୁଚି ଏବଂ ଉପଯୋଗୀତାକୁ ବୁଝାଇବା ପାଇଁ ଏବଂ ଈଶ୍ୱରୀୟ ଆସ୍ଥା ଓ ଭାବନା ଉତ୍ପନ କରିବା । ଏହି ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବ ।   ଗୁଗୁଲ ପ୍ଲେ ଷ୍ଟୋରରୁ ଗୋବିଜ୍ଞାନ ପରୀକ୍ଷା   ଆପକୁ ଡାଉନଲୋଡ଼ କରିବା ପରେ ପଞ୍ଜିକରଣ କଲେ ସେହି ଆପ ରେ   ପ୍ରତିଯୋଗିତା ପରୀକ୍ଷା ବିଷୟରେ ସମସ୍ତ ବିଷୟବସ୍ତୁ ଏବଂ ବିରଣୀ ପାଇପାରିବେ । ଉନ୍ନତ ପ୍ରଦର୍ଶନ କରିଥିବା ପ୍ରଥମ ତିନିଜଣ ପ୍ରତିଯୋଗୀଙ୍କୁ ଯଥାକ୍ରମ ଅନୁଯାୟୀ ପୁରସ୍କାର ରାଶି ପ୍ରଦାନ କରାଯିବ । ‘ରଷ୍ଟ୍ରୀୟସ୍ତର’ରେ ପ୍ରଥମ ପୁରସ୍କାର ୫୧,୦୦୦/-, ଦ୍ୱିତୀୟ ପୁରସ୍କାର ୩୧,୦୦୦/- ତୃତୀୟ ପୁରସ୍କାର ୨୧,୦୦୦/- ଏବଂ ପ୍ରାଦେଶିକ ସ୍ତରରେ ପ୍ରଥମ ପୁରସ୍କାର ୧୫,୦୦୦/-, ଦ୍ୱିତୀୟ ପୁରସ୍କାର ୧୦,୦୦୦/-, ତୃତୀୟ ପୁରସ୍କାର ୫,୦୦୦/- । ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ହିନ୍ଦୀ ଭାଷାରେ କରାଯାଉଛି । ଉଭୟ ବିଦ୍ୟାର୍ଥୀ ଏବଂ ସାଧାରଣ ନାଗରିକମାନେ ଭାଗ ନେଇପାରିବେ । ସମୁଦାୟ ୧୦୦ଗୋଟି ଏକ ନମ୍ବର ବିଶିଷ୍ଟ ସାମ୍ଭାବ୍ୟ ଉତର ବିଶିଷ୍ଟ ପ୍ରଶ୍ନ ରହିବ । ସମସ୍ତ ଭାରତୀୟ ଗୋ ଦର୍ଶନ ପୁସ୍ତକରୁ ଆସିବ । ଏହି ବହିକୁ ଜଣେ ଗୋ ବିଜ୍ଞାନ ପରୀକ୍ଷା ଆପ୍ଲିକେଶନରୁ ଜଣେ ଡ଼ାଉନଲୋଡ଼ କରି ମଧ୍ୟ ପଢି ପରୀକ୍ଷା ଦେଇପାରିବେ । ସର୍ବପ୍ରଥମ ପରୀକ୍ଷାର୍ଥୀ ମୋବାଲଇ ଆପ୍ଲିକେଶନକୁ ରେଜିଷ୍ଟ୍ରେସନ କରିବେ । ଉକ୍ତ ଆପ୍ଲିକେଶନ ମାଧ୍ୟମରେ ଆସନ୍ତା ଜାନୁୟାରୀ ୧୨ ତାରିଖ ଦିନ ଜଣେ ବ୍ୟକ୍ତି ସକାଳ ୭ରୁ ସନ୍ଧ୍ୟା ୭ଟା ଭିତରେ ଗୋଟିଏ ଘା ପାଇଁ ପରୀକ୍ଷା ଦେଇପାରିବେ ।

ଏହାକୁ ଆୟୋଜନ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଭାରତୀୟ ଗୋବଂଶ ରକ୍ଷଣ ଏବଂ ସମ୍ବର୍ଦ୍ଧନା ବିଭାଗ ଏବଂ ଶ୍ରୀ ଗୋ ବିଜ୍ଞାନ ଫାଉଣ୍ଡେସନ ସହଯୋଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଆପ୍ଲିକେଶନ ଲିଙ୍କ : htpps://play.google.com/store/apps/details?id=in.vpipl.govigyan

 

ଯୋଗାଯୋଗ :

ଶ୍ରୀ ସୁଶାନ୍ତ ପୁଟେଲ

ଗୋବିଜ୍ଞାନ ପରୀକ୍ଷା ପ୍ରମୁଖ, ବିଶ୍ୱ ହିନ୍ଦୁ ପରିଷଦ

ପଶ୍ଚିମ ପ୍ରାନ୍ତ ଓଡ଼ିଶା

ମୋ : ୮୪୫୭୦୭୫୭୧୭

ଶ୍ରୀ ଗୋ ବିଜ୍ଞାନ ଫାଉଣ୍ଡେସନ ଓଡ଼ିଶା

ମୋ : ୮୪୮୦୦୭୬୫୦୪

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *