Saturday , December 10 2022
Home / ବିଶେଷ / ସାଇବାର ଅପରାଧର ଶିକାର ହେଲେ ତୁରନ୍ତ ହେଲ୍ପଲାଇନ୍ ନମ୍ବର କୁ ଜଣାନ୍ତୁ

ସାଇବାର ଅପରାଧର ଶିକାର ହେଲେ ତୁରନ୍ତ ହେଲ୍ପଲାଇନ୍ ନମ୍ବର କୁ ଜଣାନ୍ତୁ

ଭୁବନେଶ୍ୱର, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କ୍ରମାଗତଭାବେ ସାଇବାର ଅପରାଧ ବଢ଼ୁଥିବା ଦେଖାଯାଇଛି। ଗତ କିଛି ଦିନ ମଧ୍ୟରେ ଏକାଧିକ ବ୍ୟକ୍ତି ସାଇବାର ଅପରାଧର ଶିକାର ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ସାଇବର ଅପରାଧୀଙ୍କୁ ଧରିବା ପାଇଁ କମିସନରେଟ୍ ପୁଲିସ ପଦକ୍ଷେପ ଗ୍ରହଣ କରିଛି । କମିସନରେଟ୍ ପୁଲିସ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯିବା ସହ ଏହାର ତଦନ୍ତ ଲାଗି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହାର ମୁକାବିଲା ପାଇଁ କମିସନରେଟ୍ ପୁଲିସ ଏକ ସହାୟତା ଡେସ୍କ ଗଠନ କରିଥିବା ଜଣା ପଡ଼ିଛି। ଏ ନେଇ ଜାରି କରାଯାଇଥିବା ହେଲ୍ପଲାଇନ୍ ନମ୍ବରଟି ହେଲା ୭୪୪୦୦୦୬୭୦୯। ସାଇବର ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଭଳି ଘଟଣାର ଶିକାର ହେଲେ ତୁରନ୍ତ ପୁଲିସ ର ଏହି ହେଲ୍ପ ଲାଇନ ନମ୍ବର ୭୪୪୦୦୦୬୭୦୯ରେ କଲ କରିବାକୁ ପରାମର୍ଶ ଦିଆଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, କଲ ଜରିଆରେ ଆସିଥିବା ୟୁଆରଏଲ୍ ଦେବା ମାତ୍ରେ ଆମେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯଦି ଆପଣଙ୍କ ପାଖକୁ ସନ୍ଦେହଜନକ ଫୋନ କଲ କିମ୍ବା ମେସେଜ ଆସୁଛି, ତେବେ ତୁରନ୍ତ ସହାୟତା ଡେସ୍କ ବା ପୁଲିସକୁ ଜଣାନ୍ତୁ।
ଏହି ସାଇବର ଅପରାଧର ମୁକାବିଲା ପାଇଁ ଜଣେ ସବଇନ୍ସପେକ୍ଟର ଓ ୭ ଜଣ କନଷ୍ଟବଳ କାମ କରୁଛନ୍ତି। ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଶୀଘ୍ର କାର୍ୟ୍ୟାନୁଷ୍ଠାନ ପାଇଁ ପୁଲିସ କମିସନର ଆଇଆଇସିଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.