Wednesday , October 20 2021
Breaking News
Home / ତାଜା ଖବର / ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର ସୂଚନା !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର ସୂଚନା !

ଭୁବନେଶ୍ୱର, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ନେଇ ଏକ ବେନାମୀ ପତ୍ର ଆସିଛି । ଗତ ୪ ତାରିଖରେ ଏହି ବେନାମୀ ପତ୍ରଟି ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚିଥିବା ସୂଚନା ମଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବା ପାଇଁ ସୁପାରୀ କିଲର ଙ୍କୁ ସୁପାରୀ ଦିଆଯାଇଥିବା ଓ ଏଥିପାଇଁ ଏକେ ୪୭ ଭଳି ଅତ୍ୟାଧୁନିକ ମାରଣାସ୍ତ୍ର ଅଣାଯାଇଥିବା ଏହି ଚିଠିରେ ସୂଚନା ଦିଆଯାଇଛି । ଏହାଛଡ଼ା ଏହି କାର୍ଯ୍ୟରେ ନିୟାଜିତ ଥିବା ବାହାର ରାଜ୍ୟର ୧୭ ଟି ଗାଡ଼ି ନମ୍ବର ମଧ୍ୟ ଏହି ଚିଠିରେ ଦିଆଯାଇଛି । ଏହି ପତ୍ର ହସ୍ତଗତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଯେଉଁଆଡ଼େ ଯିବେ, ସେ ସ୍ଥାନର ସୁରକ୍ଷା ବ୍ୟବସ୍ଥା , ଲୋକସେବା ଭବନ ଆଦିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ କାର୍ଯ୍ୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *