Tuesday , October 26 2021
Breaking News
Home / ବିଶେଷ / ପାଇକା ନଦୀ ବନ୍ଧ ରାସ୍ତା  ରେ ହୋଇଥିବା ଖାଲଖମା ପୋତାହେଲା 

ପାଇକା ନଦୀ ବନ୍ଧ ରାସ୍ତା  ରେ ହୋଇଥିବା ଖାଲଖମା ପୋତାହେଲା 

ପାଟକୁରା, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)- ମହାନଦୀର ଶାଖା ପାଇକା ନଦୀର ଉତର ପାଶ୍ୱର୍ ନଦୀ ବନ୍ଧ ରାସ୍ତା ର ସାନନୟନପୁର ଠାରୁ ଏରଗାରୀ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ର ରାସ୍ତା ହୋଇଥିଲେ ମଧ୍ୟ ଏହାର ଉନ୍ନତିକରଣ ପାଇଁ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇ ସାନନୟନପୁର ଠାରୁ ନରଡ଼ା ପର୍ଯ୍ୟନ୍ତ ୪ କିମି ରାସ୍ତା କାର୍ଯ୍ୟ ଶେଷ ହୋଇଥିବାବେଳେ ନରଡ଼ା ଠାରୁ ଆଗକୁ କାର୍ଯ୍ୟାରମ୍ଭ ହୋଇଛି । ହେଲେ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ସାନନୟନପୁର ଠାରୁ ନରଡ଼ା ପର୍ଯ୍ୟନ୍ତ ୪ କିମି ରାସ୍ତା ରେ ଆଗକୁ ରାସ୍ତା କାମ ପାଇଁ ଭାରିଯାନ ଦ୍ୱାରା ମ୍ୟାଟେରିଆଲ ପରିବହନ ହେବା ଦ୍ୱାରା ତାହା ଦବିଯାଇ ଖାଲ ଖମା ସୃଷ୍ଟି ହୋଇଥିଲା । ଏହି ୪ କିମି ରାସ୍ତା ନିର୍ମାଣର ମାନ କେତେ ନିମ୍ନ ମାନର ତାହା ଉକ୍ତ ରାସ୍ତାକୁ ଦେଖିଲେ ସହଜରେ ଜାଣିହୋଇଯାଉଥିଲା ।  ଏହି ରାସ୍ତାାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ ପଦସ୍ଥ ଯନ୍ତ୍ରୀ ପରିଦର୍ଶନ କରି ଏହି ରାସ୍ତାର ଖାଲ ଖମାକୁ ପୋତି ଗମନା ଗମନ ଉପଯୋଗୀ କରିବା ପାଇଁ ବସନ୍ତପୁର ଓ ନରଡ଼ା ଗ୍ରାମବାସୀ ଦାବି କରିଥିବା  ସମ୍ପର୍କରେ ଗତ ୧୩ ଡ଼ିସେମ୍ବର ୨୦୨୦ ତାରିଖରେ ଓଡ଼ିଶା ସମାଚାରରେ  ଖବର ପ୍ରକାଶ ପାଇଥିଲା ।  ଏହି ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବସନ୍ତପୁର ଠାରୁ ନରଡ଼ା ମଧ୍ୟରେ  ରାସ୍ତା ଦବିଯାଇ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲ ଖମାକୁ ପୋତିଦିଆଯାଇଛି । ହେଲେ ସାନନୟନପୁର ଠାରୁ ବଡ଼ ନୟନପୁର ମଧ୍ୟରେ ଥିବା ଖାଲଖମା ପୋତାଯାଇନାହିଁ । ତେବେ ଆଜି ଏହି ରାସ୍ତା ର ଅବସ୍ଥା ଦେଖିବାକୁ ପାଟକୁରା ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓ ଅଶୋକ କୁମାର ବେହେରା  ଆସିଥିଲେ । ସ୍ଥାନୀୟ ଲୋକମାନଙ୍କ ସହିତ ରାସ୍ତା ସମ୍ପର୍କରେ ଆଲୋଚନା କରିଥିଲେ । ବସନ୍ତପୁର ଓ ନରଡ଼ା  ଗାଁ ନିକଟରେ ରାସ୍ତା ଦବିଯାଇ ହୋଇଥିବା ଖାଲ ଖମାକୁ ପୋତି ସମାନ କରାଯାଇସାରିଛି ଓ ସାନନୟନପୁର ଠାରୁ ବଡ଼ ନୟନପୁର ମଧ୍ୟରେ  ଥିବା ଖାଲ ଖମାକୁ ଖୁବ ଶୀଘ୍ର ପୋତି ଗମନା ଗମନ ଉପଯୋଗୀ କରାଯିବ ବୋଲି କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *