Tuesday , December 7 2021
Breaking News
Home / ବିଶେଷ / ଗୁରୁକୂଳ ବିଦ୍ୟାଳୟରେ ପ୍ରତିମୂର୍ତି ଉନ୍ମୋଚନ 

ଗୁରୁକୂଳ ବିଦ୍ୟାଳୟରେ ପ୍ରତିମୂର୍ତି ଉନ୍ମୋଚନ 

 

ଗରଦପୁର, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ନିଶ୍ଚିନ୍ତା ଶାସନ ଠାରେ ଥିବା ପିକେ ଗୁରୁକୂଳ ଆଶ୍ରମ ବିଦ୍ୟାଳୟ ପରିସରରେ ସ୍ୱର୍ଗତା ପିରତି ଦେବୀ ଙ୍କ ୩୫ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହେବା ସହ ତାଙ୍କ ପ୍ରତିମୂର୍ତୀ ଉନ୍ମୋଚନ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା ଯୋଗଦେଇ ପିରତୀ ଦେବୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ପ୍ରତି ପିରତୀ ଦେବୀ ସମର୍ପିତ ଥିବାରୁ ତାଙ୍କ ପ୍ରତିମୂର୍ତି ଉନ୍ମୋଚନ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାାଂଜଳୀ ବୋଲି ମତ ପ୍ରକାଶ ପାଇଥିଲା । ଉତ୍ସବ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଦିବାକର ସାହୁ ସ୍ୱାଗତ ଭାଷଣ ଦେଇଥିଲେ ।  ସମ୍ମାନୀତ ଅତିଥି ଭାବେ କାର୍ତିକ ଚନ୍ଦ୍ର ନାୟକ,ସୁରେନ୍ଦ୍ରନାଥ ପୃଷ୍ଟି , କାଳନ୍ଦୀ ସାହୁ, ତପନ ନାୟକ, ଭାଗୀରଥି ବେହେରା,ସଂଜୟ ସାହୁ ପ୍ରମୁଖ ଯୋଗଦେଇ ପିରତୀ ଦେବୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପଂଚାୟତ ହାଇସ୍କୁଲ ବନ୍ତଳାର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ ସଭା ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *