ଗରଦପୁର, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସଭା ଗୃହରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ ର ବିଡ଼ିଓ ରଂଜିତ କୁମାର ମଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକ୍ ର ପୂର୍ବତନ ବିଡ଼ିଓ ଧରଣୀଧର ବେହେରାଙ୍କୁ ସ୍ଥାନାନ୍ତର ଜନିତ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଡ଼ିଓ ଶ୍ରୀ ମଲିକ୍ ପୁଷ୍ପଗୁଛ , ଉତରୀୟ ଓ ଉପଢ଼ୌକନ ପ୍ରଦାନ କରି ଧରଣୀଧର ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ନିଜ ବକ୍ତବ୍ୟରେ ବିଡ଼ିଓ ଶ୍ରୀ ମଲିକ୍ କହିଥିଲେ ଯେ ଚାକିରୀ ଜୀବନରେ ବଦଳି ହେବା , ଅବସର ଗ୍ରହଣ କରିବା ଓ କାର୍ଯ୍ୟରେ ଯୋଗଦେବା ଏ ସବୁ ଚାକିରୀ ଜୀବନର ଏକ ଅଂଶ ବିଶେଷ । କିନ୍ତୁ ଜାକିରୀ ଜୀବନରେ ସରକାରୀ କାର୍ଯ୍ୟକ୍ରମକୁ ନିଷ୍ଠାର ସହିତ ଫଳପ୍ରଦ ଭାବରେ ଦକ୍ଷତାର ସହ ସମ୍ପାଦନ କରି ଜନସାଧାରଣଙ୍କ କାର୍ଯ୍ୟରେ ଲାଗିପାରିଲେ ଚାକିରୀ ଜୀବନ ଶାନ୍ତି ଓ ଫଳପ୍ରସୁ ଲାଗେ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ବ୍ଲକ୍ ରୁ ଅନ୍ୟତ୍ର ବଦଳି ଜନିତ ସ୍ଥାନାନ୍ତର ହୋଇଥିବା ସହକାରୀ ଯନ୍ତ୍ରୀ ସୁଧୀର କୁମାର ବେହେରା ଙ୍କୁ ମଧ୍ୟ ପୁଷ୍ପଗୁଛ , ଉତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଚାକିରୀରୁ ଅବସର ଗ୍ରହଣ କରିଥିବା ବ୍ଲକ୍ ର ଏବିଡ଼ିଓ ଦେବେନ୍ଦ୍ରନାଥ ସ୍ୱାଇଁ , ବ୍ଲକ୍ ର ପିଏ ପ୍ରମୋଦ କୁମାର ଦାସ ଓ ବ୍ଲକ୍ ର ପିଇଏ ସଂଗ୍ରାମ କେଶରୀ ସାମଲ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେମାନଙ୍କୁ ପୁଷ୍ପଗୁଛ , ଉତରୀୟ ଓ ଉପଢ଼ୌକନ ଆଦି ପ୍ରଦାନ କରାଯାଇଥିଲା । ସେହିପରି ବ୍ଲକ୍ ରେ ନୂତନ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବା ଆସିଷ୍ଟାଂଟ ଏକଜିକ୍ୟୁଟିଭ ଇଂଜିନିୟର ପ୍ରଦୀପ୍ତ କୁମାର ଚିନାରା ଓ ଏପିଓ ଆଲୋକ କୁମାର ପତି ଙ୍କୁ ନୂତନ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବ୍ଲକ୍ ର ଜିପିଇଓ ଚୈତନ୍ୟ ପ୍ରସାଦ ବିଶ୍ୱାଳ, ବିଏସଏସଓ ଖଗେଶ୍ୱର ସେଠୀ , କ୍ୟାସିଅର ନରୋତମ ପରିଡ଼ା , ବିଭୂତି ଭୁଷଣ ମହାନ୍ତି, କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଂଜନ ସିଂ, କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀ ସ୍ୱାଇଁ , କନିଷ୍ଠ ଯନ୍ତ୍ରୀ ଶ୍ୱେତପଦ୍ମା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପିଇଓ କୈଳାଶ ଚନ୍ଦ୍ର ବେହେରା, ସୂର୍ଯ୍ୟମଣି ଟୁଡ଼ୁ,ଏସିପି ପ୍ରଭାତ କୁମାର ମହାନ୍ତି , ଜିଆରଏସ ମଳୟ କୁମାର ସାହୁ , ଦେବେନ୍ଦ୍ର ସାମଲ, ଅମରେନ୍ଦ୍ର ସାହୁ,ଅରୁଣ କୁମାର ମାହାଳୀ, ସୂର୍ଯ୍ୟକାନ୍ତ ସ୍ୱାଇଁ ଙ୍କ ସମେତ ବ୍ଲକ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର