Monday , December 6 2021
Breaking News
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଲୋକିକରଣ : ସାଧାରଣରେ ଉଚ୍ଚ ପ୍ରସଂଶା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଲୋକିକରଣ : ସାଧାରଣରେ ଉଚ୍ଚ ପ୍ରସଂଶା

କଟକ, ୦୭/୦୧/୨୦୨୧ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଉପକଣ୍ଠ ଇଶାଣିବ୍ରହ୍ମପୁର ପଂଚାୟତର ନାରାୟଣ ମନ୍ଦିର ସନ୍ନିକଟ ମୁଖ୍ୟରାସ୍ତା ତଥା ୱାର୍ଡ ନମ୍ବର ୪ ଓ ୭ ଆଲୋକର ଆବଶ୍ୟକତାଥିବା ବିଭିନ୍ନ ସ୍ଥାନରେ ୩୫ୱାଟ ବିଶିଷ୍ଟ ୪ଟି ବିଜୁଳିବତ୍ତି ପରିଷଦର କାର୍ୟ୍ୟକର୍ତା ରଂଜନ ବିଶୋଇ, ରମେଶ ସେଠୀ, ସୁଧିର ରଂଜନ ଆଚାର୍ୟ୍ୟ, କରୁଣାକର ବେହେରା, ମଣିଆ ମୁଦୁଲି, ଶ୍ରୀଧର ସେଠୀ, ସରୋଜକାନ୍ତ ଦାସ,ଜୟଦେବ ସେଠୀ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଯୋଗୀକରଣ କରାଯାଇଛି । ଏହି ମହତ ଚିନ୍ତାଧାରାକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯିବାସହ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସଂସ୍କୃତିର ପୁନରୁଦ୍ଧାର, ସାହିତ୍ୟସେଵା, ସମାଜସେଵା, ବୃକ୍ଷରୋପଣ, ରକ୍ତଦାନ ମହାସେବା, ଶିକ୍ଷାର ବିକାଶ, କରୋନା ସଚେତନତା ଆଦି ବହୁବିଧ ସେଵାକାର୍ୟ୍ୟ ସମସ୍ତ ଅଞ୍ଚଳରେ ଜାରିରଖି ବହୁଜନ ସୁଖୟ ବହୁଜନ ହିତାୟର ଶୋଭନୀୟ ଚିନ୍ତା ଚେତନା ପ୍ରକଟ କରିବାକୁ କାର୍ୟ୍ୟକର୍ତା ମାନକୁ ବିନମ୍ର ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *