Friday , January 28 2022
Breaking News
Home / ବିଶେଷ / ଶଙ୍କଟ ମୋଚନ ଜୟ ହନୁମାନ ଙ୍କ ଯଜ୍ଞ ଉତ୍ସବ

ଶଙ୍କଟ ମୋଚନ ଜୟ ହନୁମାନ ଙ୍କ ଯଜ୍ଞ ଉତ୍ସବ

ପାଟକୁରା, ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡ଼ା ଗ୍ରାମ ର ଚିତ୍ରୋତ୍ପଳା ନଦୀ କୂଳରେ ଥିବା ଶଙ୍କଟ ମୋଚନ ଜୟ ହନୁମାନଙ୍କର ଆଜି ଠାରୁ ୩ ଦିନିଆ ଯଜ୍ଞ ଉତ୍ସବ କରାଯାଉଛି । ୩ ୟ ବାର୍ଷିକ ଯଜ୍ଞ ଉତ୍ସବର ଆଜି ଅଙ୍କରାରୋପଣ କରାଯାଉଥବବାବେଳେ  ସ୍ଥାନୀୟ ଅଂଚଳର ୧୦୮ ଜଣ ଶ୍ରଦ୍ଧାଳୁ ମହିଳାମାନେ ଶୁଭ୍ରବସ୍ତ୍ର ପରିଧାନ କରି  ହରିଦାସପୁର ନିକଟସ୍ଥ ଶନିଶ୍ଚର ପିଠ ଠାରେ ପବିତ୍ର ଚିତ୍ରୋତ୍ପଳା ନଦୀରେ କଳସ ବୁଡ଼ାଇଥିଲେ । ସେଠାରୁ ଏକ କିମି ବ୍ୟାପି କଳସ ଶୋଭାଯାତ୍ରା କରି ଯଜ୍ଞ ମଣ୍ଡପ ରେ ପହଂଚିଥିଲେ । ଆସନ୍ତା କାଲି ଘୃତ ଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଶୁକ୍ରବାର ଦିନ ଯଜ୍ଞର ପୂର୍ଣ୍ଣାହୂତି କରାଯିବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକମାନେ ପ୍ରକାଶ କରିଛନ୍ତି । ଗ୍ରାମର ଗୁଣନିଧି ସାହୁ, ଯଯାତି କେଶରୀ ସାହୁ, ଦୀପକ ସାହୁ, ସୁବାସ ଚନ୍ଦ୍ର ରଣା, ହାପି ମଲ, ସରୋଜକାନ୍ତ ସାହୁ ଓ ବ୍ରଜ କିଶୋର ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ …

Leave a Reply

Your email address will not be published. Required fields are marked *