ରାଉରକେଲା , ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ର କୋଲ୍ କେମିକାଲ୍ ବିଭାଗରେ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ଗୁରୁତର ଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବ୍ରହ୍ମାନନ୍ଦ ପଣ୍ଡା, ଅଭିମନ୍ୟୁ ଶାହା, ରବି ଶାହା ଏବଂ ଗଣେଶ ପାଇଲୋ । ସମସ୍ତେ ଷ୍ଟାର୍ କନଷ୍ଟ୍ରକସନ କମ୍ପାନୀର କର୍ମଚାରୀ । ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣ ଯୋଗୁଁ ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ଆରମ୍ଭ କରାଯାଇଛି । ଓଡ଼ିଶା ସମାଚାର
Home / ତାଜା ଖବର / ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୪ ଜଣଙ୍କର ମୃତ୍ୟୁ – ୬ ଜଣ ଅସୁସ୍ଥ