Friday , September 22 2023
Breaking News
Home / ବିଶେଷ / ମାହାଙ୍ଗା ଡବଲ ମର୍ଡର ମାମଲାରେ ୫  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ମାହାଙ୍ଗା ଡବଲ ମର୍ଡର ମାମଲାରେ ୫  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସାଲେପୁର, ୦୬/୦୧/୨୦୨୧ (ଓଡିଶା ସମାଚାର/ଅଭୟ ଜେନା)- ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଏଯାଏଁ ୫ ଜଣଙ୍କୁ ଗିରଫ କରିସାରିଛି  ।  ଗତ କାଲି ଚାରି ଅଭିଯୁକ୍ତଙ୍କୁ ଧରି ଗ୍ରାମାଞ୍ଚଳ ଏସପି ବି ଯୁଗଳ କିଶୋର ପ୍ରେସମିଟ କରିସାରିବା ପରେ,ମଙ୍ଗଳବାର ବିଳମ୍ବିତ ରାତିରେ କୈଳାଶ ଖଟୁଆ ନାମକ ଆଉଜଣେ ଅଭିଯୁକ୍ତକୁ ପୋଲିସ ଉଠାଇ  ଆଣିଥିଲା ।  ୧୨ ଅଭିଯୁକ୍ତଙ୍କ ଭିତରୁ  ଗିରଫ ସଂଖ୍ୟା ୫ ରେ ପହଂଚିଛି  ।  ଆଜି ଏହି ଅଭିଯୁକ୍ତ ମାନଙ୍କ ମେଡିକାଲ ଯାଞ୍ଚ ପାଇଁ ପୋଲିସ ପ୍ରକ୍ରିୟା ଶେଷ ହୋଇଛି  ।   କୋଭିଡ ଟେଷ୍ଟ ପରେ ନେଗେଟିଭ ରିପୋର୍ଟ ଆସିଥିବା ସୂଚନା ମିଳିଛି  ।  ୫ ଅଭିଯୁକ୍ତଙ୍କୁ ମାହାଙ୍ଗା ପୋଲିସ ଆଜି  ଅପରାହ୍ନରେ  ସାଲେପୁର ବିଚାର ବିଭାଗୀୟ ଅଦାଲତରେ ହାଜର କରିଛି । ମାନ୍ୟବର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ  ପଠାଇଦେଇଛନ୍ତି ।

ଆକ୍ସନ ମୁଡ଼ରେ ପୁରା ଜିଲ୍ଲା ପୋଲିସ ରହିଥିବା ଦେଖିବାକୁ ମିଳିଛି  । ପ୍ରକୃତରେ କେଉଁମାନେ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ସେକଥା, ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି  । କୋର୍ଟରୁ ରିମାଇଣ୍ଡରରେ ଅଭିଯୁକ୍ତ ମାନଙ୍କୁ ଅଣାଯାଇ ଅଧିକ ତଦନ୍ତ କରାଯିବାକୁ ପୋଲିସ ପ୍ରସ୍ତୁତ ହୋଇଛି  । ସେପଟେ ଏତଲାକୁ ଭିତ୍ତିକରି ଏହି ଗିରଫ ଦାରୀ ଜାରିରହିଥିବାରୁ,ଡବଲ ମର୍ଡର ଘଟଣାରେ  ଲୋକଙ୍କ ଭିତରେ ଥିବା ଅସନ୍ତୋଷ ଧୀରେଧୀରେ ଶାନ୍ତ ପଡିବା ଚର୍ଚ୍ଚା  ହେଉଛି  । ଏହି ହତ୍ୟା ଘଟଣାରେ ଜଡିତ ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ମିଳୁବୋଲି ସାଧାରଣ ଜନତା ଦାବି କରିଛନ୍ତି  । ଏହି ହତ୍ୟାକୁ ନେଇ ରାଜନୀତି କରା ନଯିବାକୁ ବୁଦ୍ଧିଜୀବୀ ମାନେ କହିଛନ୍ତି  । ପ୍ରକୃତ ଦୋଷୀ କିପରି ଧରା ପଡିବେ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *