Wednesday , January 26 2022
Breaking News
Home / ବିଶେଷ / ଭୁବନ ବ୍ଲକର ଅପହଂଚ ଇଲାକା ଦଧିସିଂହା ଓ ଅରିଲୋ ଗ୍ରାମକୁ ସାଂସଦ ଙ୍କ ପୋଷ୍ୟଗ୍ରାମ ଘୋଷଣା

ଭୁବନ ବ୍ଲକର ଅପହଂଚ ଇଲାକା ଦଧିସିଂହା ଓ ଅରିଲୋ ଗ୍ରାମକୁ ସାଂସଦ ଙ୍କ ପୋଷ୍ୟଗ୍ରାମ ଘୋଷଣା

ଭୁବନ ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ  ବାଲିବୋ ପଂଚାୟତର ନଦୀ ନାଳ  ବିଲ ମାଳ ଘେରା ସୀମାନ୍ତ ଗାଁ ହେଉଛି ଦଧିସିଂହା ଓ ଅରିଲୋ  । ଯେଉଁଠି କି ସାଧାରଣ ଜନତା ପାଦରେ ଚାଲି ଯିବା ସମ୍ଭବ ନୁହେଁ  । ବର୍ଷ ସାରା ନଦୀ ସାଜେ ବାଧକ  । ଅନ୍ୟ ପଟେ ବିଲମାଳ  । ଫଳରେ ଏହି ଗାଁକୁ ସ୍ୱାଧିନତାର ୭୩ ବର୍ଷ ପର୍ଯ୍ୟନ୍ତ ଆଜିଯାଏ କୌଣସି ନେତାଙ୍କ ପାଦ ପଡିନଥିଲା  । ପ୍ରଥମ ନେତା ଭାବେ ଗତକାଲି ଢେଙ୍କାନାଳ ସାଂସଦ ମହେଶ ସାହୁ ପହଁଚିଥିଲେ ଏହି ଗାଁ ରେ  । ଗ୍ରାମଦେବତୀଙ୍କୁ ପ୍ରଣାମ କରିବା ପରେ ଦରଦୀ ନେତାଙ୍କୁ ପାଖରେ ପାଇ ଗ୍ରାମବାସୀ ଶଙ୍ଖ ବଜାୟ ହୁଳହୁଳି ପକାଇ ପାଛୋଟି ନେଇଥିଲେ   । ପରେ ଅନୁଷ୍ଠିତ ସାଧାରଣ ସଭାରେ ସାଂସଦ ମହେଶ ସାହୁ ଙ୍କ ସମେତ ଭୁବନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ , ବାଲିବୋ ସରପଂଚ ସନ୍ତୋଷ କୁମାର ଖୁଣି୍ଟଆ ,ବାଲିବୋ ପଂଚାୟତ ବିଜେଡି ସଭାପତି ପ୍ରଶାନ୍ତ ରାଉତ , ଏକତାଳୀ ସମିତି ସଭ୍ୟ  ଅମୁୁଲ୍ୟ କୁମାର ଦ୍ୱିବେଦୀ. ରାକେଶ ଆଏଚ, ସୁଶାନ୍ତ ପୃଷ୍ଟି,ସାଂସଦଙ୍କ ବ୍ୟକ୍ତିଗତ ସଚିତ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ  । ଏହି ଅଖ୍ୟାତ ଗ୍ରାମରୁ ମାଟ୍ରିକ ପାଶ କରିଥିବା ୪ ଜଣ ଛାତ୍ରୀଙ୍କୁ ସାଂସଦ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ  । ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା  ଗ୍ରାମକୁ ସବୁଦିନିଆ ରାସ୍ତା ନଥିବା,ଆଲୋକ,ପାନୀୟଜଳ ବ୍ୟବସ୍ଥା ହୋଇନଥିବା,ଗତ  ବର୍ଷା ଋତୁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ପାଇଥିବା ୧୬ ଜଣ ବ୍ୟକ୍ତି ଗୃହକାର୍ଯ୍ୟ ସାରିପାରି ନଥିବାରୁ ସେମାନଙ୍କୁ ବୋନସ ଟଙ୍କା ନମିଳିବା , ୯୦ପ୍ରତିଶତ ଦିବ୍ୟାଙ୍ଗ ନଣ୍ଡା  ଦେହୁରୀଙ୍କୁ ରାସନ କାର୍ଡ ନମିଳିବା , ବହୁ ବିଧବା ମହିଳାଙ୍କୁ ଭତା ନମିଳବା , ଶବର ଜାତିରେ ଜନ୍ମ ହୋଇଥିଲେ ବି ଘରବାରି ପଟ୍ଟାରେ  ସଅର ଲେଖା ହୋଇଥିବାରୁ କୈାଣସି ସରକାରୀ ସୁବିଧା ନମିଳିବା ସଂପର୍କରେ ଗ୍ରାମବାସୀ ସାଂସଦଙ୍କୁ ଜଣାଇଥିଲେ । ବ୍ଲକ ଅଧ୍ୟକ୍ଷ ଙ୍କ ଅନୁରୋଧକ୍ରମେ ସାଂସଦ ଶ୍ରୀଯୁକ୍ତ ସାହୁ ଏହି ଦୁଇ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଘୋଷଣା କରି ଖୁବ ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ୭୧ଜଣ ବୃଦ୍ଧ ,ବୃଦ୍ଧା ଅସହାୟ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା  । ଓଡ଼ିଶା ସମାଚାର

About admin

Check Also

ଆମ୍ ଆଦମୀ ପାର୍ଟି ତରଫରୁ ଗଜପତି ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି , ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ଓ ରାମସାଗର …

Leave a Reply

Your email address will not be published. Required fields are marked *