Friday , September 22 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ନୂଆବଜାର ବଣିକ ସଂଘର ବସନ୍ତମିଳନ ଓ ନୂତନ କର୍ମକର୍ତା ନିର୍ବାଚନ

ନୂଆବଜାର ବଣିକ ସଂଘର ବସନ୍ତମିଳନ ଓ ନୂତନ କର୍ମକର୍ତା ନିର୍ବାଚନ

                              ଦୁଷ୍ମନ୍ତ ସଭାପତି ,ଭବାନୀ ସମ୍ପାଦକ

ଭୁବନ ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ନୂଆବଜାର ତରଫରୁ ନୀଳକଣ୍ଠପୁର ଫାର୍ମ ଠାରେ ୫୬ ତମ ବାର୍ଷିକ ଅଧିବେଶନ  (ବସନ୍ତମିଳନ) ଓ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ସକାଶେ ସର୍ବସମ୍ମତ କ୍ରମେ ଦୁଷ୍ମନ୍ତ କୁମାର ପୃଷ୍ଟି ସଭାପତି,ଭବାନୀ ଶଙ୍କର ବେହେରା ସମ୍ପାଦକ ଓ ବସନ୍ତ କୁମାର ପୋଥାଳ ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ପୂର୍ବତନ ସଭାପତି ପ୍ରଭାସ କୁମାର ସେନାପତି ଙ୍କ ସମେତ ବିପିନ ବିହାରୀ ଦାସ,ଅରୁଣ ସାହୁ,ସରୋଜ ବିହାରୀ ,ମନମୋହନ ସାହୁ ପ୍ରମୁଖ ଶତାଧିକ ବ୍ୟବସାୟୀ ଭାଇ ଉପସ୍ଥିତ ଥିଲେ । ନୂତନ କର୍ମକର୍ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ଦୁଷ୍ମନ୍ତ କୁମାର ପୃଷ୍ଟି ନବମ ଥର ପାଇଁ ସଭାପତି ହୋଇଥିବାରୁ ଶ୍ରୀ ପୃଷ୍ଟି ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *