Thursday , September 28 2023
Home / ବିଶେଷ / ନିରାକାରପୁର ହାଇସ୍କୁଲର ୨୦୦୦ ମସିହା ବ୍ୟାଚର ବନ୍ଧୁମିଳନ

ନିରାକାରପୁର ହାଇସ୍କୁଲର ୨୦୦୦ ମସିହା ବ୍ୟାଚର ବନ୍ଧୁମିଳନ

ନିରାକାରପୁର, ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡ଼େମୀ ୨୦୦୦ ମସିହା ବ୍ୟାଚର ବନ୍ଧୁ ମିଳନ ନିରାକାରପୁର ହାଇସ୍କୁଲ ପରିସରରେ ହୋଇଯାଇଛି । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସ୍କୁଲ ପରିସରକୁ ସଫା କରିଥିଲେ ଏବଂ ମୋ ସ୍କୁଲ ଅଭିଯାନରେ ସାମିଲି କରିବା ପାଇଁ ବଦ୍ଧ ପରିକର ହୋଇଥିଲେ । ଏପରି ଚେଷ୍ଟା ଭବିଷ୍ୟତରେ ସ୍କୁଲର ଅନ୍ୟ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନିଶ୍ଚିତ ଉସôାହିତ କରିବ ବୋଲି ଉପସ୍ଥିତ ଅତିଥି ଗୁରୁଜୀମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସ୍କୁଲର ପୁରୁଣା ଶିକ୍ଷକମାନଙ୍କୁ ସମ୍ମାନୀତ ମଧ୍ୟ କରିଥିଲେ । କାର୍ୟ୍ୟକ୍ରମକୁ ସୈାଭଦ୍ର ବଡ଼ଜେନା, ମୋହିତ ରଞ୍ଜନ ବେହେରା, ପ୍ରଦୀପ ପ୍ରଧାନ, ସୁଶାନ୍ତ ସେନାପତି, ଜାଗର ମାଝି, ପ୍ରଭାତ ବେହେରା, ସୁକାନ୍ତଜିତ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଭଞ୍ଜ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *