କିଶନନଗର ୬/୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା) – ମୃତ୍ୟୁ କେମିତି ଓ କେତେବେଳେ ଆସିବ ଯାହା ସମସ୍ତଙ୍କ କଳ୍ପନା ବାହାରେ । ଆଜି ଏମିତି ଏକ ଅଭାବନୀୟ ଘଟଣା ସେହି ମୃତ୍ୟୁକୁ ନେଇ ଦେଖିବାକୁ ମିଳିଥିଲା । କଟକ ଜିଲ୍ଲା କିଶନନଗର ଥାନା ମହାନଦୀ ଘାଟରେ ବୁଡ଼ିଗଲେ ଜଣେ ପୁରହିତ ।
ଦଶାହ କର୍ମ ସାରି ଗାଧୋଇବା ବେଳେ ପାଣି ଭିତରେ ଖସିଗଲା ଗୋଡ । ଦଶ ତୁଠରେ ବୁଡ଼ିଯାଇ ମୃତ୍ୟୁ ଘଟିଛି ଏହି ବ୍ରାହ୍ମଣ ଗୋସେଇଁଙ୍କର । ଖବର ପାଇ ଅଗ୍ନିଶମ ବିଭାଗ ଉଦ୍ଧାର କଲା ପୁରୋହିତ ରମେଶ ପଣ୍ଡାଙ୍କ ମୃତ ଦେହକୁ । କିଶନ ନଗର ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଛି । ସ୍ଥାନୀୟ ଫୁଲରା ଗ୍ରାମର ସମସ୍ତଙ୍କ ଅତିପ୍ରିୟ ଓ ଆପଣାର ଏହି ରମେଶ ନନା । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଓଡ଼ିଶା ସମାଚାର