ନିରାକାରପୁର, ୦୬/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧିନରେ ଥିବା ଭୁଷଣ୍ଡପୁରସ୍ଥ ଚିଲିକା ଅଂଚଳରେ ମଙ୍ଗଲବାର ଦିନ ଏକ୧୩ଟିକିଆ ଜଙ୍ଗଲି ହାତୀ ପଲ୍ଲ ଖାଦ୍ୟ ଅନ୍ନସଣରେ ଆସି ଭୁଷଣ୍ଡପୁରସ୍ଥ ଚିଲିକା କୁଳଠାରୁ ଚିଲିକା ଭିତରେ ପ୍ରାୟ ୮କିଲୋମିଟର ଦୂରରେ ଥିବା ନଳ ଘାସ ନିକଟରେ ବୁଲା ବୁଲି କରୁଥିବା ବନ୍ୟପ୍ରାଣୀ କର୍ମଚାରୀ ମାନେ ମଙ୍ଗଳବାର ଦିନ ପୂର୍ବାହ୍ନରେ ଠାବ କରିଥିଲେ । ଏହି ହାତୀ ପଲ୍ଲଙ୍କ ମଧ୍ୟରେ ଗୋଟିଏ ଛୋଟ ଛୁଆ ହାତୀ ଦେଖିବାକୁମିଳିଥିଲା ସୂଚନା ଯେ ଚିଲିକାରେ ପକ୍ଷୀ ଗଣାନା ଚାଲିଥିବା ବେଳେ ବନ୍ୟପା୍ରଣୀ ବିଭାଗ କର୍ମଚାରୀ ମାନେ ଏହି ହାତୀ ପଲ୍ଲଙ୍କୁ ଦେଖିଥିଲେ ଖବର ପାଇ ବନ ବିଭାଗକୁ ଖବର ଦେବାରେ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ମାନେ ପହଂଛି ହାତୀକୁ ଠାବ କରି ଘେଉଡାଇ କୁଳକୁ ଆଣିବା ପାଇଁ ଅହରହ ପରିଶ୍ରମ କରିଥିଲେ ତେବେ ଦିନ ହୋଇଥିବାରୁ ସେମାନେ କାଳେ ଗାଁ ମୁହଁ ହୋଇଯିିବେ ସେ ଡରରେ ପାଣିରୁ ବାହକୁ କଢାଯାଇନଥିଲା ଏଇନା ଡଙ୍ଗା ଆସିଛୁ ଏବଂ ହାତୀ ମାନେ ବୋବୋଉ ଥିବାର ଶୁଣିବାକୁ ମିଛି ତାଙ୍କୁ ଷେଉଡାଇ ପଦାକୁ ଅଣାଯିବ ବିଲି ଭୂଷଣ୍ଡପୁର ଫରେଷ୍ଟର ସିଧୁ ଚରଣ ସିଁ ସୂଚନା ଦେଇଛନ୍ତି ।ତେବେ ହାତୀ ପଲ୍ଲ ଙ୍କୁ ବନ ବିଭାଗ ଘେଉଡାଇବା ପାଇଂ ଲକ୍ଷ ଲକ୍ଷ ଟଙ୍କା ରାଜ କୋଷରୁ ଖର୍ଚ ହେଉଥିବା ବେଳେ ହାତୀ ମାନଙ୍କୁ ବନ ବିଭାଗ କିମିତି ଘେଉଡଉଛି ଏହି ଦୃଶ୍ୟ ଦେଖିଲେ ସହଜରେ ବାରି ହୋଇପଡୁଛି ବୋଲି ବୃଦ୍ଧି ଜୀବି ମାନେ ଏବଂ ଏଠି କଥା ଉଠୁଛି ବନ୍ୟପା୍ରଣୀ କର୍ମଚାରୀ ଏହାକୁ ଠାବ କରିଥିବା ବେଳେ ବନ ବିଭାଗ କର୍ମଚାରୀ ଯାଇଥିଲେ କୁଆଡେ ସେ ନେଇ ଏବେ ବିଭିନ୍ନ ପ୍ରକାର ମତ ପ୍ରକାଶ ପାଉଛି । ଓଡ଼ିଶା ସମାଚାର