Tuesday , January 18 2022
Breaking News
Home / ରାଜନୀତି / ସୀମା ବିବାଦକୁ ନେଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ

ସୀମା ବିବାଦକୁ ନେଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ

ଭୁବନେଶ୍ୱର, ୦୫/୦୧/୨୦୨୧ (ଓଡ଼ିଶା ସମାଚାର)- ଆନ୍ଧ୍ର-ଓଡ଼ିଶା ସୀମା ବିବାଦକୁ ନେଇ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଗତ ନଭେମ୍ବର ୧୨ ତାରିଖ ଦିନ ବାଚସ୍ପତିଙ୍କୁ ଏକ ପତ୍ର ଲେଖିଥିଲା । ବିବାଦର ଗମ୍ଭୀରତା ଦୃଷ୍ଟିରୁ ସୀମା ବିବାଦ ଉପରେ ଗଠିତ ‘ଗୃହ କମିଟି’ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଆପଣ ପଦକ୍ଷେପ ନେବାକୁ ଏହି ପତ୍ରରେ ଅନୁରୋଧ କରାଯାଇଥିଲା । କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ‘ଗୃହ କମିଟି’ ଉକ୍ତ ଅଂଚଳ ଗସ୍ତରେ ଗଲେନାହିଁ । ଯାହାର ସୁଯୋଗ ନେଇ ଆଜି ପୁଣି ଥରେ ଆନ୍ଧ୍ର ପ୍ରଶାସନ କୋରାପୁଟ ଜିଲ୍ଲା ସୀମାନ୍ତରେ ବିବାଦ ତୀବ୍ର ହେବାରେ ଲାଗିଛି । ଗତକାଲି ଓଡ଼ିଶା ପକ୍ଷରୁ ପୋତାଯାଇଥିବା ପତାକା ଓ ସୀମା ଚିହ୍ନଟ ପଥରକୁ ଆନ୍ଧ୍ରବାସୀ କାଢି ଫୋପାଡ଼ି ଦେଇଛନ୍ତି । ଏହାକୁ କେନ୍ଦ୍ର କରି ସୀମା ବିବାଦ ଘନେଇବା ସହିତ ଉଭୟ ପଟର ଲୋକଙ୍କ ଭିତରେ ଉତେଜନା ଦେଖାଦେଇଛି । ଓଡ଼ିଶାର ସୀମା ବିବାଦ କେବଳ ଆନ୍ଧ୍ର ସହିତ ସୀମିତ ନୁହେଁ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ସୀମା ବିବାଦ ଦୀର୍ଘଦିନ ଧରି ଲାଗି ରହିଛି । ଏହାକୁ କେନ୍ଦ୍ରକରି ମଝିରେ ମଝିରେ ଉତେଜନା ମୁଣ୍ଡ ଟେକୁଛି । ସୀମା ବିବାଦ ଉପରେ ଗଠିତ ଓଡ଼ିଶା ବିଧାନସଭାର ଗୃହ କମିଟି ଏପର୍ଯ୍ୟନ୍ତ ଘଟଣାସ୍ଥଳ ପରିଦର୍ଶନ କଲେନାହିଁ । ଗତ ନଭେମ୍ବର ୨୨ ତାରିଖ ଦିନ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସୀମା ବିବାଦର ତୁରନ୍ତ ସମାଧାନ କରିବାକୁ ରାଜ୍ୟ ସରକାରଙ୍କର ହସ୍ତକ୍ଷେପ ଦାବି କରାଯାଇଥିଲା । କିନ୍ତୁ ଏହା ସତ୍ୱେ ଘଟଣାର ସମାଧାନ ହୋଇନାହିଁ । ପୁନଶ୍ଚ ଏହି ବିବାଦ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି । ଯାହାଫଳରେ ପଡ଼ୋଶୀ ରାଜ୍ୟମାନଙ୍କ ଭିତରେ ଥିବା ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଆଖି ଆଗରେ ରଖି ସୀମା ବିବାଦର ସମାଧାନ ପାଇଁ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରୁଛି । ଏ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରାଯାଇ ୪ଟି ଯାକ ପଡ଼ୋଶୀ ରାଜ୍ୟ ସହିତ ଓଡ଼ିଶାର ୧୨୦ଟି ଗ୍ରାମ ଓ ବିଭିନ୍ନ ନଦନଦୀକୁ ନେଇ ଯେଉଁ ବିବାଦ ଦେଖାଦେଇଛି, ତାହା ଉପରେ ସ୍ୱତନ୍ତ୍ର ଆଲୋଚନା କରି ସବୁଦିନ ପାଇଁ ଏହି ବିବାଦର ସମାଧାନ କରିବାକୁ ଦଳ ପକ୍ଷରୁ ମାନ୍ୟବର ବାଚସ୍ପତିିଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୨୫ ଜିଲା ପରିଷଦ ସଭ୍ୟଙ୍କ ନାମ ଘୋଷଣା କଲା କଂଗ୍ରେସ

କେନ୍ଦ୍ରାପଡ଼ା, ୧୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା …

Leave a Reply

Your email address will not be published. Required fields are marked *