Friday , October 22 2021
Breaking News
Home / କୃଷି / ସମସ୍ୟା ଘେରରେ ଦ୍ଵୀପାଞ୍ଚଳ ର ଚାଷୀ: ଦୃଷ୍ଟି ଦେବେକି ସରକାର?

ସମସ୍ୟା ଘେରରେ ଦ୍ଵୀପାଞ୍ଚଳ ର ଚାଷୀ: ଦୃଷ୍ଟି ଦେବେକି ସରକାର?

ନିଶ୍ଚିନ୍ତକୋଇଲି ୦୫/୦୧/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା): ମହାନଦୀ ଚିତ୍ରୋତ୍ପଳା ଦ୍ଵୀପାଞ୍ଚଳର ଚାଷୀ ମାନେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ୟ୍ୟୟ ର ସମ୍ମୁଖୀନ ହେଇ ସର୍ବଶ୍ଵାନ୍ତ ହେବାକୁ ବସିଲେଣି ଏଥିପ୍ରତି କୃଷି ବିଭାଗ କିମ୍ବା ପ୍ରଶାସନ ଗୁରୁତ୍ବ ଦେଉନାହାନ୍ତି। ଫଳରେ ଚାଷୀମାନେ ହତୋତ୍ସାହିତ ହୋଇପଡିଛନ୍ତି ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ ପଳଦା ଗ୍ରାମ ରେ ଗଠିତ ବେଲେଶ୍ୱର କୃଷକ ସଂଘ ର ସଦସ୍ୟ ମାନେ ନୁଆ ବର୍ଷ ର ବନ୍ଧୁ ମିଳନ ସମୟରେ ଏକଥା ପ୍ରକାଶ କରି କହିଛନ୍ତି ଯେ ଚଳିତ ବର୍ଷ ଏହି ଅଞ୍ଚଳ ରେ ବର୍ଷା ଓ ବନ୍ୟା ରେ ଧାନ ଓ ପନିପରିବା ଫସଲ ର ବ୍ୟାପକ କ୍ଷତି ଘଟିଥିଲା ।ଏହା ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବୋଲି ପ୍ରକାଶ କରିଥିଲେ। ବେଲେଶ୍ୱର କୃଷକ ସଂଘ ର ସଦସ୍ୟ ମାନେ ଦାବି କରିଛନ୍ତି ଯେ ଚାଷୀ ମାନେ କୃଷି ଜାତ ସାମଗ୍ରୀ ର ଉପଯୁକ୍ତ ମୁଲ୍ୟ ପାଉନଥିବା ବେଳେ କୃଷି ଋଣ ସୁଝିବା ର ସାମର୍ଥ୍ୟ ହରାଇଛନ୍ତି।ଋଣ ବୋଝ ଓ ଚଷରେ ଘଟୁଥିବା କ୍ଷତି ଭରଣା ପାଇଁ  ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ଅବସରରେ ସମସ୍ତ ଙ୍କୁ ନବବର୍ଷର ଶୁଭେଛା ଜ୍ଞାପନ  କରାଯାଇଥିଲା। ମାହାଙ୍ଗା ବେଲେଶ୍ୱର କୃଷକ ସଂଘ ର ସଭାପତି ଭବାନୀ ଶଙ୍କର ନାୟକ ସମ୍ପାଦକ ପ୍ରବିର ସାମଲ ( ବିଭୁ ଭାଇ ), ଉପଦେଷ୍ଟା ରଜନୀ କାନ୍ତ ପରିଡ଼ା ଓ ଅମର ମୁଖାର୍ଜୀଙ୍କ ତତ୍ବାବଧାନରେ ପାଳଦା ପଞ୍ଚାୟତ ର ଅକ୍ଷୟ ଖୁଣ୍ଟିଆ ଓ ସଞ୍ଜୟ ଖୁଣ୍ଟିଆ ଶାନ୍ତପୁର ପଞ୍ଚାୟତ ର ଚକ୍ରଧର ନାୟକ ପ୍ରମୁଖ ବହୁ ଚାଷୀ ଏଥିରେ ସହଯୋଗ କରିଥିଲେ।ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଦୀ ଓ ଶାହାଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, କୃଷକ ଗଣହତ୍ୟା. କୃଷକ ଓ  ଶ୍ରମିକ ବିରୋଧୀ ଆଇନ, ଉକôଟ …

Leave a Reply

Your email address will not be published. Required fields are marked *