Sunday , October 1 2023
Home / ବିଶେଷ / ଭରତପୁର ଗ୍ରାମପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କଲେ ବିଡିଓ

ଭରତପୁର ଗ୍ରାମପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କଲେ ବିଡିଓ

କେନ୍ଦ୍ରାପଡା, ୦୫/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ଖଜୁରିଆ ଠାରେ ସରପଂଚଙ୍କ ନିଜସ୍ୱ ତତ୍ୱାବଧାନରେ ଚାଲିଥିବା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଅଧିନରେ ଏକ ବୃହତ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ୩୦ରୁ ଉଦ୍ଧ୍ୱର୍ ଜବକାର୍ଡଧାରୀ କାର୍ଯ୍ୟ କରୁଥିବା ବେଳେ  ସେହି କାର୍ଯ୍ୟକୁ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ଦାସ ପରିଦର୍ଶନ କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି  । ଏଥିସହିତ ଏହି ପଂଚାୟତକୁ ଏକ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବା ପାଇଁ ଆବଶ୍ୟକ ଆନୁସଙ୍ଗିକ ସମସ୍ତ କାର୍ଯ୍ୟ କରିବା ପାଇଁ ବିଡିଓ ଶ୍ରୀ ଦାସ ସରପଂଚ ଜିନତପ୍ରିୟଦର୍ଶିନୀ ରାଉତଙ୍କୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ବିଡିଓ ଶ୍ରୀ ଦାସ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ବିଡିଓଙ୍କ ଏହି ପରିଦର୍ଶନ ସମୟରେ ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ସଶ୍ମିତା ନାୟକ, ଜି.ଆର.ଏସ.,  ଯୁବନେତା ଶାରଦା ପ୍ରସନ୍ନ ରାଉତ, ଶକ୍ତି ପ୍ରସାଦ ମହାନ୍ତି   ଓ ବିମଳାକାନ୍ତ ଚୈାଧୁରୀ   ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *