Saturday , October 23 2021
Home / ବିଶେଷ / ପାରାଦ୍ୱୀପ ବନ୍ଦର ପକ୍ଷରୁ ବିଶ୍ୱସ୍ତରୀୟ ଆଇଏଫକୁ୍ୟ ଆହ୍ୱାନ

ପାରାଦ୍ୱୀପ ବନ୍ଦର ପକ୍ଷରୁ ବିଶ୍ୱସ୍ତରୀୟ ଆଇଏଫକୁ୍ୟ ଆହ୍ୱାନ

ପାରାଦ୍ୱୀପ ୦୫/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପର ସଂକ୍ରାନ୍ତ କ୍ୟାବିନେଟ କମିଟି ଦ୍ୱାରା ଅନୁମୋଦନ ହେବାର ୪ଦିନ ମଧ୍ୟରେ ପାରାଦ୍ୱୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଆଭ୍ୟନ୍ତରିଣ ପୋତାଶ୍ରୟର ଗଭୀର ଖନନ ଓ ଉନ୍ନତିକରଣ ପାଇଁ ବିଶ୍ୱସ୍ତରୀୟ ଆଇଏଫ୍କୁ୍ୟ (ଯୋଗ୍ୟତା ପାଇଁ ଅନୁରୋଧ) ଆହ୍ୱାନ କରିଛି । ଏହି ପ୍ରକଳ୍ପ ସରକାରୀ ଓ ଘରୋଇ ସହଭାଗିତା ଭିତିରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତର ଆଧାରରେ କାର୍ଯ୍ୟକାରୀ କରାଯିବ । ଟେଣ୍ଡର ଦାଖଲର ଶେଷ ତାରିଖ ୧୮ ଫେବୃଆରୀ ୨୦୨୧ ଦିବା ୧୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଏହାର ସମସ୍ତ ବିବରଣୀ ପାରାଦ୍ୱୀପ ବନ୍ଦର ୱେବ୍ସାଇଟ୍ରେ ଉପଲବ୍ଧ ଅଟେ । ତେବେ ଦୁଇଟି ପର୍ଯ୍ୟାୟରେ ପ୍ରସ୍ତାବିତ ପ୍ରକଳ୍ପ ବାର୍ଷିକ ୨୫ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାରରେ ସହାୟକ ହେବ । କେପ୍ସ (ବୃହତ) ଆକାରର ଜାହାଜ ଗୁଡିକ ପରିଚାଳନା ପାଇଁ ଏହା ସୁବିଧା ଯୋଗାଇବ । ଦକ୍ଷ ଆବେଦନକାରୀଙ୍କୁ କ୍ଷୁଦ୍ର ତାଲିକା କରିବା ପାଇଁ ଏହି ଆରଏଫ୍କୁ୍ୟ ର ଆହ୍ୱାନ କରାଯାଇଥିବାର ପାରାଦ୍ୱୀପ ବନ୍ଦର ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *