Monday , October 3 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ଇଫକୋ ପକ୍ଷରୁ ବୃଦ୍ଧାଶ୍ରମରେ କମ୍ବଳ ବଂଟନ

ପାରାଦୀପ ଇଫକୋ ପକ୍ଷରୁ ବୃଦ୍ଧାଶ୍ରମରେ କମ୍ବଳ ବଂଟନ

ପାରାଦୀପ ୦୫/୦୧/୨୦୨୧ (ଓଡ଼ିଶା ସମାଚାର)- ସଂପ୍ରତି ପ୍ରବଳ ଶୀତର ଲହରୀ ଓଡିଶା ସମେତ ଉପକୂଳ ଜଗତସିଂହପୁର ଜିଲ୍ଲାରେ ଅନୁଭୂତ ହେଉଛି । ତେବେ ପାରାଦୀପ ଇଫକୋ ୟୁନିଟ୍ ପକ୍ଷରୁ ଗରିବ ପଥଚାରୀ, ଜରାଶ୍ରମ ଓ ବୃଦ୍ଧାଶ୍ରମ ମାନଙ୍କରେ କମ୍ବଳ ବନ କରାଯାଇଥିଲା । ଏହି ଅବସରରେ ଇଫକୋ ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ୍ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଇଫକୋ ସିନିୟର ଜି.ଏମ୍ ସୁରେଶ ଗୋଏଲ୍, ଅଭୟ କୁମାର ମଲ୍ଲ, ପ୍ରଶାସନିକ ଅଧିକାରୀ ପ୍ରଶନ୍ନ କୁମାର ବେଉରା ପ୍ରମୁଖ ମା ସନ୍ତୋଷୀ ଜରାଶ୍ରମ, ବାଲିଝରା, ପାରାଦୀପ ଅଂଚଳରେ କମ୍ବଳ ବଂଟନ କରିଥିଲେ । ପ୍ରକାଶ ଥାଉକି, ସ୍ଥାନୀୟ ଅଂଚଳରେ ପାରିପାଶ୍ୱର୍ିକ ଉନ୍ନୟନ କ୍ଷେତ୍ରରେ ଇଫକୋର ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.