ରଘୁନାଥପୁର୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ପ୍ରସିଦ୍ଧ ଶିରିଡି ଶାଇ ମନ୍ଦିରର ବାର୍ଷିକ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆଜି ପ୍ରସ୍ତୁତି ବୈଠକରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ କହିଛନ୍ତି । ସେ ଆହୁରି କହିଲେ ଯେ ଏହି କାର୍ଯ୍ୟ ସରକାରଙ୍କର କୋଭିଡ-୧୯ ନିୟମ ଅନୁଯାୟୀ ପାଳନ କରାଯିବ । ଏଥିରେ ମନ୍ଦିରର ଟ୍ରଷ୍ଟି ବିଜୟ ପାଲଟାସିଂ ପୌରହିତ କରିଥିଲେ । ଏଥିରେ ପରଚାଳନା କମିଟି ସମ୍ପାଦକ ଇଂ ବାବଜୀ ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ବିଜୟ କୁମାର ସ୍ୱାଇଁ, ସମାଜ ସେବୀ ସୋରଜ କାନ୍ତ ସ୍ୱାଇଁ, ସମାଜ ସେବୀ ଦିଲ୍ଲିପ କୁମାର ରଥ, ସମାଜ ସେବୀ ପ୍ରଶାନ୍ତ ଦାସ, ସମାଜ ସେବୀ ଅଭିମନ୍ୟୁ ସାହୁ ସମାଜ ସେବୀ ପାର୍ଥ ଶଖା ପାଲଟାସିଂ, ଜୟପ୍ରକାଶ ଶିକ୍ଷା ନିକେତନ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମିଶ୍ର, ଶିକ୍ଷକ ପବିତ୍ର ସ୍ୱାଇଁ, ଶିକ୍ଷକ ସୁବାସ ଚନ୍ଦ୍ର ନାୟକ, ସମାଜ ସେବୀ ଇନ୍ଦୁଭୁଷଣ ଲେଙ୍କା, ପ୍ରଭାକର ମାହାପାତ୍ର, ଗଙ୍ଗାଧର ଜେନା, ସୂର୍ଯ୍ୟକାନ୍ତ ମୁଦୁଲି, ପ୍ରଫୁଲ ମହାପାତ୍ର, ନିରୁପମା ପାଲଟାସିଂ, ରଜତ କୁମାର ପାତ୍ର, ବିଶ୍ୱରଞ୍ଜନ ପଣ୍ଡା, ବିଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଅଲୋଚନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର