Tuesday , October 26 2021
Breaking News
Home / ରାଜନୀତି / ମାହାଙ୍ଗା ର ବରିଷ୍ଠ ବିଜେପି ନେତା ଓ ତାଙ୍କ ସହଯୋଗୀ ଙ୍କୁ ହତ୍ୟା ପ୍ରତିବାଦ ରେ ସାଲେପୁର ବିଜେପି ପକ୍ଷରୁ ବିକ୍ଷୋଭ

ମାହାଙ୍ଗା ର ବରିଷ୍ଠ ବିଜେପି ନେତା ଓ ତାଙ୍କ ସହଯୋଗୀ ଙ୍କୁ ହତ୍ୟା ପ୍ରତିବାଦ ରେ ସାଲେପୁର ବିଜେପି ପକ୍ଷରୁ ବିକ୍ଷୋଭ

ସାଲେପୁର/୦୪/୦୧/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା):ମାହାଙ୍ଗା ର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାରେ ଆଜି ଦିନ ୩ ଟା ସମୟରେ ସାଲେପୁର ବିଜେପି ପକ୍ଷରୁ  ମା ସାହେଶ୍ୱରି ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଆସି ସାଲେପୁର ବଜାର ପରିକ୍ରମା କରି ମୁଖ୍ୟ ବଜାର ରେ ମାହାଙ୍ଗା

 ବିଧାୟକ ତଥା ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏଥିସହ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଇସ୍ତାଫା ଦାବି କରିଛି ବିଜେପି । କୂଳମଣୀଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସ ପୂର୍ବରୁ ଜାଣିଥିଲା ସେ ମଧ୍ୟ ପୋଲିସ କୁ ସୁରକ୍ଷା ମାଗିଥିଲେ କିନ୍ତୁ ପୋଲିସ ସୁରକ୍ଷା ଦେଇ ପାରିଲାନାହିଁ । ଯେଉଁ ମାନେ ପିର୍ବରୁ ବିଜେପି କର୍ମୀ ବିକାଶ ଜେନା ଙ୍କ ହତ୍ୟା ରେ ଥିଲେ ସେମାନେ ଏହି ହତ୍ୟାକାଣ୍ଡ ରେ ସାମିଲ ଅଛନ୍ତି । ତିନି ତିନିଟି ମୁଣ୍ଡ ଗଡ଼ିଲା ପରେ ପୋଲିସ ମନ୍ତ୍ରୀ ଙ୍କ ଇଙ୍ଗିତରେ ନିରାବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛି ବିଜେପି । ଓଡ଼ିଶା ସମାଚାର

About admin

Check Also

ସାଲେପୁର  କଂଗ୍ରେସଦଳ  ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି ରେ ବିକ୍ଷୋଭ

 ସାଲେପୁର,୨୫/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବିରେ …

Leave a Reply

Your email address will not be published. Required fields are marked *