Wednesday , December 8 2021
Home / ବିଶେଷ / ଭାରତୀୟ ମହିଳା ଅଧିକାର ଓ ପ୍ରାଣୀ ସୁରକ୍ଷା ସଂଗଠନର ଆଲୋଚନାଚକ୍ର – ମହିଳାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ

ଭାରତୀୟ ମହିଳା ଅଧିକାର ଓ ପ୍ରାଣୀ ସୁରକ୍ଷା ସଂଗଠନର ଆଲୋଚନାଚକ୍ର – ମହିଳାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ

କଟକ, ୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ମହିଳା ଅଧିକାର ଏବଂ ପ୍ରାଣୀ ସୁରକ୍ଷା ସଂଗଠନର ଏକ ବନ୍ଧୁମିଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଓଏମପି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର କାର୍ଯ୍ୟକାରୀ ସଭାନେତ୍ରୀ ଦେବୀ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସୁଧାଂଶୁ ମହାନ୍ତି, କମର ଅଲ୍ଲୀ, ବିଶ୍ୱଜିତ୍ ଦାସ, ନିକୁଞ୍ଜ ପଶାୟତ, ଶ୍ରଦ୍ଧାଞ୍ଜଳି ରାୟ, ବିଶ୍ୱକଲ୍ୟାଣୀ କର, ଦିନେଶ ବିଶୋୟୀ, ମୋନାଲିସା ତ୍ରିପାଠୀ, କରଣ ଭୂୟାଁ, ମଧୁମିତା ରାୟ ଚୌଧୁରୀ, ମାହେପରା ନିଖତ ପ୍ରମୁଖ ଉଦବୋଧନ ଦେଇ ସଂଗଠନର ଲକ୍ଷ୍ୟ ପୂରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଂଗଠନଟି ମହିଳାମାନଙ୍କ ଅଧିକାର ଉପରେ ଜନସଚେତନତା ସୃଷ୍ଟି କରିବା ସହିତ ପ୍ରାଣୀ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକରୁଛି । ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଶିଶୁ ଓ ନାବାଳିକାମାନଙ୍କ ଉପରେ ଆକ୍ରମଣ ଏବଂ ଅପହରଣ ଆଦି ଘଟଣାଗୁଡ଼ିକରେ ଅବହେଳିତ ମହିଳାମାନଙ୍କୁ ସୁରକ୍ଷା ଓ ସଚେତନତାର କାର୍ଯ୍ୟ କରିବା ସହ ସେମାନଙ୍କୁ ଆଇନଗତ ସାହାଯ୍ୟ ଏବଂ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛି । ଆଗାମୀ ଦିନରେ ନାରୀ ସଚେତନତା ପାଇଁ ତାଲିମ ଶିବିରର ଆୟୋଜନ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି । ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇକ୍ତି । ବାଘ, ହାତୀ, ସରିସୃପ ମାନଙ୍କୁ ନମାରିବା ଏବଂ ରାସ୍ତାରେ ବୁଲୁଥିବା ଜୀବଜନ୍ତୁ ଓ ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସଂଗଠନ ପକ୍ଷରୁ କରାଯିବାକୁ ନିଷ୍ପତିି ନିଆଯାଇଛି । କୋଭିଡ୍ ମହାମାରୀ ସମୟରେ ମଧ୍ୟ ସଂଗଠନ ପକ୍ଷରୁ ବୁଲା ଗାଈ, କୁକୁର, ମାଙ୍କଡ଼ ଓ ବନ୍ୟପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି କୁହାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜୋକ୍ଟରାରାଣୀ ସ୍ୱାଇଁ, ତନୁଜା ଖୁଂଟିଆ, ଇଫତେଖାର ଅହମ୍ମଦ, ଶିଶିର ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *