ରଘୁନାଥପୁର୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବିଜୁ ପଟ୍ଟନାୟକ ଛକ ନିକଟରେ ଆଜି ମଧ୍ୟାହ୍ନରେ ବିଜେପି ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କର କୁଶପୁତଳିକା ଦାହ କରାଯାଇଥିଲା । ପ୍ରକାଶ ଥାଉକି ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା କୂଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଅଭିଯୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବିକରି ଆଜି ବିଜେପି ନେତା ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି ବିଜୁପଟ୍ଟନାୟକ ଛକ ଠାରେ ତାଙ୍କର କୁଶପୁତଳିକା ଦାହ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ମହାରଣା, ବିଜେପି ଯୁବନେତା ଶୁବୋଧ ଜେନା, ନିର୍ମଳ ମହାପାତ୍ର, ସୁବାଷ ଜେନା, ଆଇନଜିବୀ ଗଗନ ଦାଶ, ହେମନ୍ତ ସ୍ୱାଇଁ, ଶତୀକାନ୍ତ ବାରିକ, ଅଶୋକ କୁମାର ନାୟକ, ଅଭିଜିତ ସ୍ୱାଇଁ, ପ୍ରମାନନ୍ଦ ମହାପାତ୍ର, ଗ୍ୟାନରଞ୍ଜନ ସ୍ୱାଇଁ, ଶୁସାନ୍ତ ମହାନ୍ତି, ଲଳୀତ ଦାସ, ସନ୍ତୋଷ ବସ୍ତିଆ, ଲୁଭେନ୍ଦ୍ର ମିଶ୍ର, ରମେଶ ବିଶ୍ୱାଳ, ପ୍ରବଞ୍ଜନ ମଲ୍ଲିକ, ଅଶୀତ ମହାରଣା ପ୍ରମୁଖ ନେତୃତ୍ୱରେ କୁଶପୁତଳିକା ଦାହ ହୋଇଥିଲା । ଆଇନ ଶୃଙ୍ଖଳା ରକ୍ଷାା ନିମନ୍ତେ ପୋଲିସ ଏସଆଇ୍ ଗୟସ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର