Friday , September 22 2023
Breaking News
Home / ରାଜନୀତି / ବିଜେପିନେତା କୁଳମଣି ବରାଳଙ୍କ ହତ୍ୟାକାରୀକୁ ଗିରଫ ପ୍ରତିବାଦରେ ଗରଦପୁର ବିଜେପି ପକ୍ଷରୁ ପାଟକୁରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବିଜେପିନେତା କୁଳମଣି ବରାଳଙ୍କ ହତ୍ୟାକାରୀକୁ ଗିରଫ ପ୍ରତିବାଦରେ ଗରଦପୁର ବିଜେପି ପକ୍ଷରୁ ପାଟକୁରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପାଟକୁରା, ୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେପିର ବରିଷ୍ଠ ନେତା ତଥା ପୁର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାପାଇଁ ଆଜି ପାଟକୁରା ଥାନା ସମ୍ମୁଖରେ ଗରଦପୁର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ଜେନା , ବରିଷ୍ଠ ବିଜେପିନେତା ନାରାୟଣ ପ୍ରସାଦ ସ୍ୱାଇଁ , କାର୍ଯ୍ୟକ୍ରମର ସଂଯୋଜକ ରଂଜିତ ଆଚାର୍ଯ୍ୟ , ସାରଦା ପ୍ରସାଦ ଦାସ , ମାନସରଂଜନ ଦାସ , ପ୍ରିତିରଂଜନ ଦାସ , ବ୍ରଜକିଶୋର ସାହୁ , ଦିଲିପ କୁମାର ନାୟକ , ଚିତରଂଜନ ଚୈଧୁରୀ , ଶ୍ରୀକାନ୍ତ ସେନାପତି , ପ୍ରଫୁଲ ମହାନ୍ତି ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବାସହିତ ହତ୍ୟାକରୀକୁ ତୁରନ୍ତ ଗିରଫ କରିବାକୁ ଦାବିକରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *