Saturday , June 25 2022
Home / ବିଶେଷ / ବିଚଣା ଠାରେ ପାନୀୟ ଜଳ ପ୍ରକଳ୍ପର ଭିତିି ପ୍ରସ୍ତର ସ୍ଥାପନ  

ବିଚଣା ଠାରେ ପାନୀୟ ଜଳ ପ୍ରକଳ୍ପର ଭିତିି ପ୍ରସ୍ତର ସ୍ଥାପନ  

ଗରଦପୁର , ୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଗ୍ରାମ ଠାରେ ଦୂର୍ଗା ମନ୍ଦିର ନିକଟସ୍ଥ ସ୍ଥାନରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ (ବର୍ଦ୍ଧିତ)ର ଆଜି ଶିଳାନ୍ୟାସ କରାଯାଇଛି । ଏହି ଶିଳାନ୍ୟାସ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ପାଟକୁରା ବିଧାୟିକାଙ୍କ ପୁତ୍ର ତଥା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଉପସ୍ଥିତ ରହି ଶିଳାନ୍ୟସ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଇଂ.ବିଜୟ କୁମାର କର, ଗରଦପୁର ବ୍ଲକର ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ, ଗରଦପୁର ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ  ସ୍ୱର୍ଣ୍ଣପ୍ରଭା ସେଠୀ, ପଦ୍ମପୁର ପଂଚାୟତର ସରପଂଚ ସ୍ୱର୍ଣ୍ଣଲତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପାନୀୟଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଜଳକ୍ଳିଷ୍ଟ ଗ୍ରାମ ଭାବରେ ରହୁଥିବା ପଦ୍ମପୁର ପଂଚାୟତର ବିଚଣା ଓ ନୂଅପଡା ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଣ କରାଯାଇପାରିବ । ଏହି ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉଭୟ ଗ୍ରାମର ପ୍ରାୟ୨୨ଶହରୁ ଉଦ୍ଧ୍ୱର୍ ଲୋକମାନେ ଉପକୃତ ହୋଇ ପାରିବେ ବୋଲି ସହକାରୀ ଯନ୍ତ୍ରୀ ଇଂ.କର ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଏହି ଗ୍ରାମ ଦ୍ୱୟରେ ଜଳକ୍ଳିଷ୍ଟ ଲାଗି ରହୁଥିବା ବେଳେ,ପ୍ରତିବର୍ଷ ଖରା ଦିନମାନଙ୍କରେ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ସାହାଯ୍ୟରେ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ କରାଯାଇଥାଏ ।   ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ

କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …

Leave a Reply

Your email address will not be published. Required fields are marked *