ରଘୁନାଥପୁର୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ସରକାର ନଦୀଶଯ୍ୟାରୁ ବାଲି ବିକିବା ପାଇଁ ନିଲାମ ଭିତିରେ ବ୍ୟକ୍ତିବିଶେଷଙ୍କୁ ଆଦେଶ ପ୍ରଦାନ କରି ଅଧିକ ରାଜସ୍ୱ ପାଇପାରୁଛନ୍ତି । ଏହିପରି ଏକ ବାଲିଘାଟର ନିଲାମ ନେବା ପାଇଁ ଘାଟ ନିକଟବର୍ତୀ ଗ୍ରାମର କିଛି ବ୍ୟକ୍ତି ଧାରଣାକୁ ଆଦରି ନେଇଥିବା ଘଟଣା ରଘୁନାଥପୁର ତହସିଲ ଅଂଚଳରେ ଦେଖିବାକୁ ମିଳିଛି । ପ୍ରକାଶଥାଉକି, ରଘୁନାଥପୁର ତହସିଲ ଅଧିନରେ ୩ଗୋଟି ବାଲି ସୈରାତ୍ କାର୍ଯ୍ୟ କରୁଛି । ଗତ ୫ବର୍ଷ ପୂର୍ବେ ତାରପୁର ବାଲିଘାଟକୁ ନିଲାମ ନେଇଥିବା ବ୍ୟକ୍ତି ମାତ୍ରାଧିକ ବାଲି ଉତୋଳନ କରି ଘାଟ ଅଂଚଳକୁ ଗଭୀର ଗଣ୍ଡରେ ପରିଣତ କରିଥିବାରୁ ସେହି ସୈରାତ୍ଟିର ନିଲାମ ବନ୍ଦ ଅଛି । ଅନ୍ୟ ଦୁଇଗୋଟି ସୈରାତ୍ ମଧ୍ୟରୁ ନୂଆପଡା ଓ ଜଇପୁର ବାଲି ସୈରାତ୍ ପାଇଁ ଗତ ଡିସେମ୍ବର ୧୪ତାରିଖରେ ନିଲାମ ପକ୍ରିୟା ଶେଷ ହୋଇଛି । ନିଲାମ ପକ୍ରିୟାରେ ସର୍ବାଧିକ ଟଙ୍କା କୁ୍ୟବିକ୍ ମିଟର ପ୍ରତି ଦେବାକୁ ଚୁକ୍ତି କରିଥିବା ବ୍ୟକ୍ତିକୁ ଘାଟଦୁଇଟି ପୃଥକ ପୃଥକ ଭାବେ ନିଲାମ ଦେବାକୁ ମନୋନୀତ ହୋଇଛନ୍ତି । ତେବେ ଜଇପୁର ବାଲିଘାଟକୁ ଅଧିକ ମୂଲ୍ୟରେ ନିଲାମ ନେଇଥିବା ବ୍ୟକ୍ତିର ନିଲାମକୁ ରଦ୍ଧ କରି ସର୍ବନିମ୍ନ ନିଲାମ ଚୁକ୍ତିଧାରୀ ବ୍ୟକ୍ତିଙ୍କୁ ଘାଟନିଲାମ ଦେବା ଦାବିକରି ଆଜକୁ ପାଂଚ ଦିନ ହେଲା ତହସିଲ ସମୁଖରେ ଧାରଣାରେ ବସିଛନ୍ତି । ଆଜି ପଂଚମ ଦିନ ଧାରଣାରେ ମୁଖ୍ୟତଃ ଜିଲା୍ଲ କଂଗ୍ରେସ ସଭାପତି ନଟବର ବାରିକ, ବ୍ଲକ୍ କଂଗ୍ରେସ ନେତା ସର୍ବେଶ୍ୱର ପଣ୍ଡା, ରଂଜିତ୍ ଜେନା, ବିଦ୍ୟାଧର ମଲ୍ଲ, ଯୁଧିଷ୍ଠିର ସେଠି, ବୈଷ୍ଣବ ଭୂୟାଁ, ସରପଂଚ ବିଜୟ ସ୍ୱାଇଁ, ମାନସ ଦାସ, ଅନ୍ତର୍ଯ୍ୟାମୀ ସାମଲ, ସସ୍ମିତା ମହାପାତ୍ର, ସଂଯୁକ୍ତା ପ୍ରଧାନ, ପୁଷ୍ପଲତା ଦାସ, ମଞ୍ଜୁ ସାହୁ, ସେବତୀ ସାହୁ, ମଞ୍ଜୁଲତା ଓଝା, କମଳା ପଟ୍ଟନାୟକ, ନିର୍ମଳା ଦାସ, ଝରଣା ନାୟକ, ହୀରା ଓଝା, କୃଷ୍ଣପ୍ରିୟା ବାରିକ, ପ୍ରତିମା ଭୋଇ, ଝିଲୁ ଦାସ ପ୍ରମୁଖ ୧୫୦ରୁ ଉର୍ଦ୍ଧ ଲୋକ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପଂଚମ ଦିନରେ ଧାରଣାରେ ବସିଥିଲେ । ଧାରଣା ଦେଇଥିବା ଜଗନ୍ନାଥ ଶ୍ରମିକ ସମବାୟ ସମିତି ନାମରେ ବ୍ୟାନର ଧରି ୭ଦଫା ଦାବି କରିଛନ୍ତି । ସେମାନଙ୍କର ଦାବି ଆମେ ଶ୍ରମିକ, ଆମକୁ ଘାଟ ଦିଅ, ବାଲିଘାଟ ନିଲାମ ବିଜ୍ଞାପନ ରଦ୍ଧ କର, ଆମ୍ଭେ କରୋନା ସମୟରେ କାମ ପାଇନୁ, କେହି ନଥିଲା ବେଳେ କାହିଁ ଟେଣ୍ଡର ବାକ୍ସ ଖୋଲିଲ ଆମ୍ଭେ ସତର୍କତାର ସହିତ ବାଲିଖୋଳି ପରିବେଶକୁ ସୁରକ୍ଷା ଦେଇଥାଉ, ଅନ୍ୟମାନେ ଏହା କରିବେ ନାହିଁ ଇତ୍ୟାଦିି ୭ଦଫା ଦାବି ସହିତ ଧାରଣାରେ ବସିଛନ୍ତି ବାଲିଘାଟ ହାତେଇବା ପାଇଁ ପ୍ରାୟ ୧୫୦ଜଣ ଗ୍ରାମବାସୀ ପାଂଚଦିନ ହେଲା ବସିଛନ୍ତି । ଖବର ପାଇ ଜଗତସିଂହପୁର ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଧାରଣାକାରିଙ୍କ ପାଖରେ ପହଂଚି ସେମାନଙ୍କ ସହିତ ଅଲୋଚନା କରିଥିଲେ । ସରକାରଙ୍କର ନିୟମ ଅନୁଯାୟୀ ବାଲି ଘାଟ ଗୁଡିକ ଟେଣ୍ଡର ପ୍ରକ୍ରିୟାରେ ଦିଆଯିବା, ସେଥିରେ ମୁଁ କିଛି କରିପାରିବି ନାହିଁ ବୋଲି ଆନ୍ଦୋଳନ କାରିଙ୍କୁ କହିଥିଲେ । ରଘୁନାଥପୁର ତହସିଲ ଦାର ରୁପାଲିକା ଦାସ ଘଟଣା ସ୍ଥଳରେ ପହଂଚି ଆସନ୍ତା ୧୧ ତାରିଖରେ ଟେଣ୍ଡର ଖୋଲାଯିବ । ଏଣୁ ଧାରଣାକାରୀ ମାନେ ଧାରଣା ପ୍ରତ୍ୟାହାର କରିନିଅନ୍ତୁ ବୋଲି ଅନୁରୋଧ କରିଥିଲେ । ମାତ୍ର ବାଲିଘାଟ ନିଲାମ ନପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନ କାରି ନେତା ବିଦ୍ୟାଧର ମହାନ୍ତି ପ୍ରଶାସନକୁ ରୋକ୍ ଠୋକ ଶୁଣାଇ ଦେଇଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ବାଲିଘାଟ ନେବାଦାବି କରି ଜଗନ୍ନାଥ ଶ୍ରମିକ ସମବାୟ ସମିତି ପକ୍ଷରୁ ରଘୁନାଥପୁର ତହସିଲ ସମ୍ମୁଖରେ ଧାରଣା ୫ମ ଦିନରେ