ଗରଦପୁର , ୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳ ପ୍ରକଳ୍ପର ଭିତିି ପ୍ରସ୍ତର କରାଯିବା ପରେ ନିକଟସ୍ଥ ଦୂର୍ଗା ମନ୍ଦିର ପଡିଆ ଠାରେ ପଦ୍ମପୁର ପଂଚାୟତର ବିଜୁ ଜନତା ଦଳର ପଂଚାୟତ ସଭାପତି ଅଭୟ ମହାରାଜଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାଟକୁରା ବିଧାୟିକାଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ ଯୋଗ ଦେଇ ତାଙ୍କର ପିତା ତଥା ସ୍ୱତର୍ଗ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ,ଭିତିି ପ୍ରସ୍ତର ସ୍ଥାପନାରେ ବିଶ୍ୱାସ କରୁ ନ ଥିଲେ,କାର୍ଯ୍ୟ ଆରମ୍ଭ କଲା ପରେ ଭିତିି ପ୍ରସ୍ତର ସ୍ଥାପନା କାର୍ଯ୍ୟକୁ ଜାରି ରଖÿିଥିବା କହିଥିଲେ । ବାପା ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲ ବିକାଶ ଶିଖାଇଛନ୍ତି,ବାପାଙ୍କ ଠାରୁ ଶିଖିଥିବା ବିକାଶ କାମ ପାଟକୁରାରେ କରି ଦେଖାଇ ଦେବି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅଗ୍ରୱାଲ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମତିସଭ୍ୟ ଭଜହରି ସେନାପତି,ପଦ୍ମପୁର ପଂଚାୟତ ସରପଂଚ ସ୍ୱର୍ଣ୍ଣଲତା ରାଉତ,ଜିଲା ପରିଷଦ ସଦସ୍ୟା ସୁଜାତା ରାଉତରାୟ,ଅଟଳ ବିହାରୀ ଜେନା,ଗରଦପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ,ପୂର୍ବତନ ବିଜେଡି ବ୍ଲକ ସଭାପତି ବିପିନ୍ ବିହାରୀ ସାମଲ,ସମିତି ସଭ୍ୟା ସୁଷମା ଦାସ,ବିଜେଡି କେନ୍ଦ୍ରାପଡା ଜିଲା ସମ୍ପାଦକ ହେମନ୍ତ ସେଠୀ,ବିଜେଡି ନେତା ପ୍ରମୋଦ ରଥ ଓ ଗରଦପୁର ବ୍ଳକର ବିଜେଡି ସଭାପତି ଶଶାଙ୍କ ପରିଡା ପ୍ରମୁଖ ପାଟକୁରାର ସ୍ୱର୍ଗତ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦ୍ୱାରା ପାଟକୁରାରେ କରାଯାଇଥିବା ବିକାଶ କାର୍ଯ୍ୟ ଓ ଅଧା ରହିଯାଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଳକର ଆତ୍ମାର ଅଧ୍ୟକ୍ଷ ଦିପକ କୁମାର ରାଉତ,ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ,ପାଖଡ ସରପଂଚ ଗୌରାଙ୍ଗ ଚରଣ ପରିଡା,ପୂର୍ବତନ ସରପଂଚ ଅଶୋକ କୁମାର ଜେନା,ସୁଧିସ୍ମିତା ଲେଙ୍କା ପ୍ରମୁଖ ଦଳୀୟ କର୍ମକର୍ତାମାନଙ୍କ ସହିତ ସ୍ୱୟଂ ସହାୟିକା ଗୋଷ୍ଟୀଗୁଡିକର ବହୁ ସଂଖ୍ୟକ ମହିଳାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅସିତ ସାମନ୍ତରାୟ ଓ ଅଶୋକ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ପୂର୍ବରୁ ଦଳୀୟ କର୍ମୀମାନେ ଏକ ବାଇକ୍ ଶୋଭାଯାତ୍ରା ରେ କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ । ଉଲେଖନୀୟ ଏହିକି ଆୟୋଜିତ ଉତ୍ସବରେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇନଥିଲା । ଅଧିକାଂଶ ମହିଳା ମାସ୍କ ବ୍ୟବହାର କରିନଥିଲେ ଓ ଅତି ଉଚ କ୍ଷମତା ସମ୍ପନ୍ନ ଡ଼ାକବାଜି ଯନ୍ତ୍ର ବ୍ୟବହାର ହେଉଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର