ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଥିବା କାରଣରୁ ଆଜି ମୁଁ ଢେଙ୍କାନାଳ ରକ୍ତ ଭଣ୍ଡାର ରେ ରକ୍ତଦାନ କରି ସମସ୍ତ ରୋଗୀ,ଓ ସର୍ବସାଧାରଣଙ୍କ ନିମନ୍ତେ ସମର୍ପଣ କଲି, ବଡ଼ ଦୁଃଖର ବିଷୟ କାହିଁକି ରକ୍ତ ଭଣ୍ଡାର ଗୁଡ଼ିକରେ ରକ୍ତର ଅଭାବ ଦେଖା ଦେଉଅଛି ।ଏଥି ପାଇଁ ଆମେ ସମସ୍ତେ ସମ୍ପୁର୍ଣ୍ଣ ରୂପେ ଦାୟୀ । ଆମେ ରକ୍ତଦାନ କରିବା ନାହିଁ , ଆମ ପରିବାର ର ଯଦି କାହାରି ରକ୍ତର ଆବଶ୍ୟକତା ପଡ଼େ ଆମେ ଆଣିବା କେଉଁଠୁ ? ଏଣୁ ପ୍ରତି ତିନି ମାସରେ ଆମେ ଥରେ ଲେଖାଏଁ ରକ୍ତଦାନ କରିବା ନିହାତି ଆବଶ୍ୟକ, ଯାହା ଫଳରେ ରକ୍ତ ଭଣ୍ଡାର ରେ କେବେ ବି ରକ୍ତର ଅଭାବ ରହିବ ନାହିଁ । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିକଟରେ ମୋର ନିବେଦନ ଜିଲ୍ଲାର ପ୍ରତେକ ବ୍ଲକ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ରକ୍ତଦାନ କ୍ଷେତ୍ରରେ ପ୍ରଶାସନିକ ସ୍ତରରେ ସଚେତନତା ସୃଷ୍ଟି କରାଯାଉ । ଯାହା ଫଳରେ ଲୋକମାନେ ସଚେତନ ହୋଇ ରକ୍ତଦାନ କରିବା ପାଇଁ ଆଗେଇ ଆସିବେ । ଢେଙ୍କାନାଳ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କୁ ମୋର ନିବେଦନ ଢେଙ୍କାନାଳ ରକ୍ତ ଭଣ୍ଡାରରେ ଆପଣ ମାନେ ରକ୍ତଦାନ କରି ନୂତନ ଜୀବନ ଦେଇ ରକ୍ତ ଅଭାବ କୁ ଦୂର କରନ୍ତୁ । ରକ୍ତଦାନ ଜୀବନ ଦାନ ।
ହିମାଂଶୁ ଭୂଷଣ ବାରିକ
ଅଧ୍ୟକ୍ଷ “ଯୁବଶକ୍ତି” ଢେଙ୍କାନାଳ