Wednesday , January 26 2022
Breaking News
Home / ବିଶେଷ / ଜିଲ୍ଲା ସ୍ତରୀୟ ବିଶ୍ୱ ବ୍ରେଲୀ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ବିଶ୍ୱ ବ୍ରେଲୀ ଦିବସ ପାଳିତ

କେନ୍ଦ୍ରାପଡା, ୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ପୈାରସଂସ୍ଥା ଦ୍ୱାରା ପରିଚାଳିତ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ  ଜିଲ୍ଲା ସ୍ତରୀୟ ବିଶ୍ୱ ବ୍ରେଲୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ  ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ସମୀର ମୋଟର୍ସର ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦ, ପୂର୍ବତନ କାଉନସିଲର ଦେବେନ୍ଦ୍ର ପ୍ରସାଦ ରାଉତ, ସମାଜସେବୀ କ୍ଷୀରୋଦ କୁମାର କର ଯୋଗଦେଇ ମହାତ୍ମା ଲୁଇସ ବ୍ରେଲିଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସହକାରୀ ଶିକ୍ଷକ ଅରୁଣ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା  ବେଳେ ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଯୋଗଗୁରୁ ସଞ୍ଜୟ କୁମାର ମଥାନ ବେଦପାଠ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆବାହନୀ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନଛାତ୍ର ବାବୁରାମ ଜେନାଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ନିମନ୍ତେ ଅତିଥିମାନେ ଲୁଇସବ୍ରେଲ ସମ୍ମାନରେ ସମ୍ମାନୀତ କରିଥିଲେ । ବିଦ୍ୟାଳୟ ପକ୍ଷରୁ ୩୦ଜଣ ଛାତ୍ରଛାତ୍ରୀଙ୍କୁ ୨ହଳ ପୋଷାକ, ଯୋତା, ମୋଜା, ବେଲଟ ଓ ଟାଏ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର କର୍ମଚାରୀ ମହେନ୍ଦ୍ର ପ୍ରସାଦ ସିଂ,ମାନିନୀ ବେହେରା, ଅଲେଖ ଚନ୍ଦ୍ର ଜେନା, ଗୀତାଞ୍ଜଳି ଦାସ ଓ ବିକାଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଯୋଗଗୁରୁ ଶ୍ରୀ ମଥାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *