ପାଟକୁରା, ୦୪/୦୧/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ପାଖଡ ଗ୍ରାମ ପଂଚାୟତର ସରପଂଚ ଗୌରାଙ୍ଗ ଚରଣ ପରିଡା ପଂଚାୟତରେ ଘର ଘର ବୁଲି ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ ନୂତନବର୍ଷ ଉପଲକ୍ଷେ ହ୍ୱାଟ୍ସଆପ୍, ଫେସବୁକ୍, ଇମେଲ୍ ଇତ୍ୟାଦି ମାଧ୍ୟମରେ ବହୁ ଲୋକ ନୂତନବର୍ଷର ଅଭିନନ୍ଦନ ଜଣାଉଥିବାବେଳେ ପାଖଡ ସରପଂଚ ଶ୍ରୀ ପରିଡା ଏକ ନିଆରା ଢଙ୍ଗରେ ଘର ଘର ବୁଲି ଲୋକମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଏପରିକି ପାଟସୁରା ଗ୍ରାମର ୮ ନଂ. ୱାର୍ଡ ରେ ବୁଲି ଅଭିନନ୍ଦନ ଜଣାଉଥିବାବେଳେ ସେଠାକାର ଜନସାଧାରଣ ତାଙ୍କର ଏହି ନିଆରା ଅଭିନନ୍ଦନ ପଦ୍ଧତିକୁ ସ୍ୱାଗତ କରିଥିଲେ । ଏହି ସମୟରେ ସେ ଲୋକମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିବା ସହିତ ତାହାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର