ପାଟକୁରା, ୦୪/୦୧/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସାନଅଢଙ୍ଗା ଗ୍ରାମ ପଂଚାୟତ କୋରୁଆ ଗ୍ରାମରେ ମା’ ମଙ୍ଗଳା ଭଲିବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଏହି ଦିବାରାତ୍ର ଟୁର୍ଣ୍ଣାମେଂଟର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଯୋଗଦେଇ ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସେ ନିଜ ବକ୍ତବ୍ୟରେ “ଖେଳିଲେ ସ୍ୱାସ୍ଥ୍ୟ ଠିକ୍ ରହେ, ସ୍ୱାସ୍ଥ୍ୟ ଠିକ୍ ରହିଲେ ଦେହ ଓ ମନ ଠିକ୍ ରହେ, ଆଉ ଦେହ ମନ ଠିକ୍ ରହିଲେ ମଣିଷ ତା ଜୀବନରେ ଉନ୍ନତି କରିପାରିଥାଏ ବୋଲି କହିଥିଲେ ।” ଅନ୍ୟତମ ଅତିଥି ଭାବେ ବ୍ଲକ୍ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡା, ଯୁବ ବିଜେଡି ସଭାପତି ପୂର୍ଣ୍ଣଜିତ୍ ବରାଳ, ସାନଅଢଙ୍ଗା ସମିତି ସଭ୍ୟ ନୃସିଂହ ପ୍ରସାଦ ଦାସ, ପୂର୍ବତନ ସରପଂଚ ଅଭୟ ମଲ୍ଲ ପ୍ରମୁଖ ଯୋଗଦାନ କରିଥିଲେ । ଉଦଘାଟନ ପୂର୍ବରୁ ଶ୍ରୀ ଅଗ୍ରୱାଲ ଉପସ୍ଥିତ ସମସ୍ତ ଖେଳାଳୀଙ୍କ ସହିତ କରମର୍ଦ୍ଧନ କରି ସେମାନଙ୍କ ସହିତ ପରିଚିତ ହୋଇଥିଲେ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମକୁ ବିଚିତ୍ର ଦାସ, କମଳାକାନ୍ତ ଦାସ, ଗୋପେସ ଦାସ, ଚିଂଟୁ ବେହେରା, ରିଂଟୁ ବେହେରା, ଚନ୍ଦନ ପରିଡା, ବନ୍ଦନ ପରିଡା, ପ୍ରମୋଦ ଦାସ, ନାଗସ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର