Tuesday , September 27 2022
Breaking News
Home / ବିଶେଷ / ଓଡ଼ିଶାରେ ନୂତନ ମୁଖ୍ୟ ବିଚାରପତି – ଆଜି ନେବେ ଶପଥ

ଓଡ଼ିଶାରେ ନୂତନ ମୁଖ୍ୟ ବିଚାରପତି – ଆଜି ନେବେ ଶପଥ

କଟକ, ୦୪/୦୧/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏସ୍.ମୁରଲୀଧର ଆଜି ଶପଥ ଗ୍ରହଣ କରିବେ । ରାଜଭବନର ଅଭିଷେକ ହଲ୍ ରେ ପୂର୍ବାହ୍ନ ସାଢ଼େ ନଅଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଜଷ୍ଟିସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟବିଚାରପତି ଭାବେ ଶପଥ ନେବେ । କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ରଖି କମ୍ ସଂଖ୍ୟକ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ ଓ ପୁଲିସ ଅଧିକାରୀ ଶପଥପାଠରେ ଉପସ୍ଥିତ ରହିବେ । ଜଷ୍ଟିସ୍ ମୁରଲୀଧର୍ ଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରତି ଗତ ୩୧ ତାରିଖରେ ନିଯୁକ୍ତି ପ୍ରଦାନ କରିଥିଲେ । ଗତକାଲି ସେ ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.