Monday , December 6 2021
Breaking News
Home / ଶିକ୍ଷା / ୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ

୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ

ଭୁବନେଶ୍ୱର, ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ  ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧୫ ଯାଏଁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢା ଜାରି ରହିବ । ଏହି ସମୟରେ ବାକି ଥିବା ଶେଷ ସେମିଷ୍ଟାରର ମଧ୍ୟ ପରୀକ୍ଷା କରାଯିବ । ମାର୍ଚ୍ଚ ୧୫ ରୁ ୩୧ ଯାଏ ପରୀକ୍ଷା କରାଯିବ । ଏପ୍ରିଲ ୩୦ରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କୋଭିଡ଼ ଗାଇଡଲାଇନ୍ ପାଳନ କରିବେ । ସେହିପରି ପରୀକ୍ଷାରେ  ମଧ୍ୟ ସମସ୍ତ ଗାଇଡ଼ଲାଇନ୍ ପାଳନ କରାଯିବ । କଣ୍ଟେନମେଣ୍ଟ ଜୋନ୍ ରେ ରହୁଥିବା ଛାତ୍ରଛାତ୍ରୀମାନେ, କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବା ଉପରେ କଟକଣା ଲଗାଯାଇଛି । ଛାତ୍ରାଛ୍ରାତୀମାନେ ମାସ୍କ ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ରହିଛି । ଶ୍ରେଣୀ ଗୃହରେ ଛାତ୍ରାଛାତ୍ରୀମାନେ ଅତିକମ୍ ରେ ୬ ଫୁଟ୍ ଦୂରତାରେ ବସିବେ । କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ କେହି ବି ଛେପ ପକାଇପାରିବେ ନାହିଁ । ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ବିଶାଳ ରକ୍ତଦାନ ଶିବିର –  ୧୦୦ ୟୁନିଟ ରକ୍ତ ସଂଗୃହୀତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *