Friday , September 22 2023
Breaking News
Home / ବିଶେଷ / ସୁରପ୍ରତାପପୁର ମର୍ଡର କେଶରେ ୬ ଜଣ ମହିଳା ଙ୍କ ସମେତ ୭ ଗିରଫ

ସୁରପ୍ରତାପପୁର ମର୍ଡର କେଶରେ ୬ ଜଣ ମହିଳା ଙ୍କ ସମେତ ୭ ଗିରଫ

ଭୁବନ ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ପୂର୍ବ ଶତୃତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଗତକାଲି ବିଜୟ ଗୁରୁ (୪୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ୬ ଜଣ ମହିଳାଙ୍କ ସମେତ ସମୁଦାୟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଆଇଆଇସି ଜିତେନ୍ଦ୍ର କୁମାର ସାହୁ ଙ୍କ ସହିତ ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ,ଏଏସଆଇ ପ୍ରଭାତ ନାୟକ,ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ମୁରଲୀଧର ନାୟକ ସୁରପ୍ରତାପପୁର ଗ୍ରାମକୁ ଯାଇ ଘଟଣାର ତଦନ୍ତ କରି ପ୍ରେମଲତା ବେହେରା,ଜ୍ୟୋସ୍ନôା ବେହେରା,କବିତା ବେହେରା,ଖୁଲଣା ବେହେରା,ପ୍ରତିମା ବେହେରା,ସାବିତ୍ରୀ ବେହେରା ଓ ବେଣୁ ବେହେରାଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପରେ କେଶ ନମ୍ବର-୦୩/୨୦୨୧ ରେ ମାମଲା ରୁଜ୍ଜୁକରି କୋର୍ଟ ଚାଲାଣ କରିଥଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *