Friday , September 29 2023
Breaking News
Home / ବିଶେଷ / ସାଂସଦ ଙ୍କ ବୃକ୍ଷରୋପଣ

ସାଂସଦ ଙ୍କ ବୃକ୍ଷରୋପଣ

ଭୁବନ ୦୩/୦୧/୨୦୨୧ (ଓଡ଼ିଶା ସମାଚାର)-ନୂତନ ବର୍ଷକୁ ପ୍ରତ୍ୟେକ ବ୍ୟକ୍ତି ଭିନ୍ନଭିନ୍ନ ଢଙ୍ଗରେ ପାଳନ କରୁଥିବା ବେଳେ ସାଂସଦ ମହେଶ ସାହୁ ଆଜି ଦିନିକିଆ ଭୁବନ ଗସ୍ତରେ ଆସି ୧ ନମ୍ବର ୱାର୍ଡ ସ୍ଥିତ ନିଗମାନନ୍ଦ ଆଶ୍ରମରେ ବୃକ୍ଷ ରୋପଣ କରି ନିଆରା ଢଙ୍ଗରେ ନବବର୍ଷ ପାଳନ କରିଥିଲେ । ବୃକ୍ଷ ହିଁ ଜୀବନ,ପରିବେଶ ବଂଚିଲେ ଆମେ ବଂଚିବା ବୋଲି ମତବ୍ୟକ୍ତ କରିଥିଲେ । ଆଶ୍ରମର ସତ୍ୱାଧିକାରୀ ଜୟଗୁରୁ ପାତ୍ର କରୋନା ଲକ୍ଡାଉନ ସମୟରେ ନିଜସ୍ୱ ଉଦ୍ୟମରେ ୧୬୦ ପ୍ରକାର ଓøଷଧୀୟ ବୃକ୍ଷରୋପଣ କରିଥିବାରୁ ସାଂସଦ ଶ୍ରୀଯୁକ୍ତ ସାହୁ ଭୂୟଶୀ ପ୍ରଶଂସା କରିବା ସହ ଉତରୀୟ ପ୍ରଦାନ କରି ଶ୍ରୀ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ଙ୍କ ସମେତ କୃଷକ ନେତା ବାସୁଦେବ ଗୁରୁ,ଚିତ୍ରଶିଳ୍ପୀ ନାରାୟଣ ସାହୁ,ବାଜିରାଉତ କଲେଜ ପୂର୍ବତନ ଅଧ୍ୟକ୍ଷ ନିତ୍ୟାନନ୍ଦ ପରିଡା,ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ପୃଷ୍ଟି,ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *