Sunday , October 2 2022
Breaking News
Home / ସ୍ୱାସ୍ଥ୍ୟ / ବହୁ ପ୍ରତୀକ୍ଷା ଓ ଦାବି ପରେ ନିରାକାରପୁରକୁ ମିଳିଲା ୧୦୮ ଆମ୍ବୁଲାନ୍ସ

ବହୁ ପ୍ରତୀକ୍ଷା ଓ ଦାବି ପରେ ନିରାକାରପୁରକୁ ମିଳିଲା ୧୦୮ ଆମ୍ବୁଲାନ୍ସ

ନିରାକାରପୁର, ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରକୁ ବହୁ ଦାବି ଓ ପ୍ରତିକ୍ଷାର ଅନ୍ତ ଘଟିଛି  । ରୋଗୀସେବା ପାଇଁ ମିଳିଛି ୧୦୮ ଆମ୍ବୁଲାନ୍ସ । ଗୁରୁତର ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସରେ ଖୋର୍ଦ୍ଧା କିମ୍ବା ଭୁବନେଶ୍ୱରକୁ ରୋଗୀଙ୍କୁ ମାଗଣାରେ ନେବା ପାଇଁ ବଡ଼ପୋଖରୀଆ ଓ ମଳିପଡ଼ାରୁ ୧୦୮ ଆମ୍ବୁଲାନ୍ସ ଆସୁଥିଲା । ଫଳରେ ବେଳେବେଳେ ରୋଗୀର ପ୍ରାଣବାୟୁ ଉଡ଼ି ଯାଉଥିଲା । ଏଥିପାଇଁ ବହୁ ସମୟରେ ଗଣମାଧ୍ୟମରେ ଦାବି ହେବା ସହ ବିଭିନ୍ନ ସଂଗଠନ ତରଫରୁ ଲିଖିତ ଦାବିପତ୍ର ବିଭାଗୀୟ ମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଗତ ୩ଦିନ ତଳେ ମୁଖ୍ୟମନ୍ତ୍ରୀ ଯେଉଁ ୬୫ଟି ଆମ୍ବୁଲାନ୍ସ ପତାକା ଦେଖାଇ ଉଦଘାଟନ କରିଥିଲେ ସେଥିରୁ ଗୋଟିଏ ନିରାକାରପୁର ଡ଼ାକ୍ତରଖାନକୁ ମିଳିଥିବାରୁ ନିରାକାରପୁର ଅଂଚଳବାସୀ ଖୁସି ଜାହିର କରିଥିବାବେଳେ ସହଯୋଗ ଅନୁଷ୍ଠାନ ତରଫରୁ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି । ଆଗରୁ ଏଠାରେ ମହିଳା ଓ ଶିଶୁଙ୍କୁ ନେବା ପାଇଁ ୧୦୨ ଆମ୍ବୁଲାନ୍ସ ରହିଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.